ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା, କରୋନା କଟକଣା ଦୃଷ୍ଟିରେ ରଖି ପଦକ୍ଷେପ

Published By : Prameya-News7 Bureau | November 01, 2021 IST

ପୁରୀ ୧।୧୧: କାଳୀ ପୂଜାରେ ଦକ୍ଷିଣକାଳୀ ପୀଠରେ ଲାଗିବ ୧୪୪ ଧାରା । ଆସନ୍ତା ୪ ଓ ୫ ତାରିଖରେ କାଳୀ ପୂଜା ଅବସରରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ ବୋଲି ଜଣାପଡିଛି । କଟକଣା ଅବଧି ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.