ଆନନ୍ଦନଗର ପୂଜା ମଣ୍ଡପରେ ବଢୁଛି ଉତ୍ତେଜନା, ପ୍ରଶାସନ ଜାରି କଲା ୧୪୪ ଧାରା

Published By : Prameya-News7 Bureau | October 19, 2021 IST

ଢେଙ୍କାନାଳ ୧୯।୧୦: ମଙ୍ଗଳବାରଠାରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ତେବେ କଲେଜ ବଜାର ପୂଜା ପ୍ରତିଷ୍ଠାନ ଅଂଚଳର ଆନନ୍ଦନଗର କାଠଗଦାର କିଛି ଜିଦଖୋର ଯୁବକଙ୍କ ଯୋଗୁଁ ଏହି ଅଂଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏପରିକି ଏହି ଗୋଷ୍ଠୀ ଆନନ୍ଦନଗର ଅଂଚଳରେ ଆଉ ଏକ ନୂଆ ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା କରିବାକୁ ଉଦ୍ୟମ କରୁଛନ୍ତି । ଯାହାକି ଢେଙ୍କାନାଳ ଲକ୍ଷ୍ମୀପୂଜା ଇତିହାସର ପରମ୍ପରା ଭଙ୍ଗ ହେଉଥିବାରୁ ମିଳିତ ଲକ୍ଷ୍ମୀପୂଜା କମିଟି, ଶାନ୍ତି କମିଟିଠାରୁ ଆରମ୍ଭ କରି ଉପଜିଲ୍ଲାପାଙ୍କ ସହ ମିଳିତ ବୈଠକରେ ବାଧ୍ୟ ସେମାନଙ୍କୁ ବାରଣ କରାଯାଇଛି । ମାତ୍ର ସେମାନେ ପୂଜା କରିବା ଜିଦରେ ରହିଥିବାରି ଉତ୍ତେଜନା ବଢ଼ିବାରେ ଲାଗିଛି । ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.