ଧାଉଡିଆପଦା ପାହାଡରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି, ଲିଜ୍ ନଥାଇ ଚୋରା ଚାଲାଣ ହେଉଥିଲା ମୋରମ

Published By : Prameya-News7 Bureau | June 26, 2021 IST

ଚଣ୍ଡିଖୋଲ ୨୬।୬: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ଧାଉଡିଆପଦା ପାହାଡରେ ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଏହି ପାହାଡରୁ ବର୍ଷ ବର୍ଷ ଧରି କୌଣସି ଲିଜ୍ ନଥାଇ ମୋରମ ଚୋରା ଚାଲାଣ କରାଯାଉଥିଲା । ଫଳରେ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ରାଜସ୍ବ ହାନି ହେଉଥିଲା ।

{"id":471589,"sizeSlug":"large","linkDestination":"none"}

କୌଣସି ଲିଜ୍ ନଥାଇ ମଧ୍ୟ ରାତି ଅଧିଆ ମୋରମ ଚୋରା ଚାଲାଣ କରି ମାଲେ ମାଲ ହେଉଥିଲେ ମାଫିଆ । ପାହାଡକୁ ଲାଗିଥିବା ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଉଦୟଗିରି ବୌଦ୍ଧ ବିହାର ମଧ୍ୟ ବିପଦରେ ରହିଥିଲା । ପାହାଡ ଖାନନ ଯୋଗୁଁ ମଧ୍ୟ ବୌଦ୍ଧ କୀର୍ତ୍ତିରାଜି ଗାରିମା କ୍ଷୁର୍ଣ୍ଣ ହେଉଥିଲା ଯାହା ଉପରେ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ପାହାଡରେ ୧୪୪ ଧାରା ଲାଗୁ କରାଯାଇଛି । ଦର୍ପଣ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ୧୪୪ ଧାରା ଲାଗୁ କରାଯାଇ ନାଲି ପତାକା ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.