ବାବା ଆଖଣ୍ଡଳମଣି ମନ୍ଦିର-ଶିବଗଙ୍ଗା-ଆରଡୀ ପୀଠରେ ୧୪୪ ଧାରା ଜାରି , ଭିଡକୁ ଦୃଷ୍ଟିରେ ନଭେମ୍ବର ୩୦ ଯାଏଁ କଟକଣା

Published By : Prameya-News7 Bureau | November 24, 2020 IST

ଭଦ୍ରକ ୨୪।୧୧ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ମନ୍ଦିରମାନେଙ୍କରେ କାର୍ତ୍ତିକମାସରେ  ଅଧିକ ଲୋକଙ୍କ ସମାଗମକୁ ଦେଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା, ପଞ୍ଚୁକ ଓ ବୋଇତ ବନ୍ଦାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ  ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର, ଶିବଗଙ୍ଗା ଓ ଆରଡୀ ପୀଠରେ ୧୪୪ଧାରା ଜାରି କରାଯାଇଛି । ଏହି ସବୁ ସ୍ଥାନରେ ଲୋକଙ୍କ ସମାବେଶକୁ ଦେଖି କଟକଣା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଯଦି କେହି ଭଙ୍ଗ କରନ୍ତି  । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":366866,"sizeSlug":"large"}

ସାରା ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ କମିଛି । କିନ୍ତୁ କରୋନାର ମହାମାରୀର ୨ୟ ଲହୀରର ଭୟ ରହିଛି । ଦେଶରେ ଅନେକ ସ୍ଥାନରେ କରୋନାର ୨ୟ ଲହରୀ ଆସିଯାଇଛି । ଯାହା ଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଖାସ୍‌ କରି ଶୀତ ଦିନେ ସଂକ୍ରମଣ ଅଧିକ ବ୍ୟାପିବ ବୋଲି ସରକାର ଓ ବିଶେଷଜ୍ଞ ସତର୍କ କରାଇଥିଲେ । ଏହାସହିତ ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ମଧ୍ୟ ନିଆଯାଇଛି । ଖାସ୍‌ କରି ମନ୍ଦିର ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ କଟକଣା ଜାରି ରଖିଛନ୍ତି ସରକାର । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି  ନଭେମ୍ବର ୩୦ ପର୍ଯ୍ୟନ୍ତ  ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର, ଶିବଗଙ୍ଗା ଓ ଆରଡୀ ପୀଠରେ ୧୪୪ଧାରା ଜାରି କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.