ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ୧୪୪ ଧାରା ଜାରି, କେବଳ ପୂଜକମାନଙ୍କୁ ପ୍ରବେଶ ଅନୁମତି

Published By : Prameya-News7 Bureau | January 14, 2021 IST

ଆଠଗଡ ୧୪।୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ମକର ସଂକ୍ରାନ୍ତିକୁ କଟକ ଜିଲ୍ଲା ଆଠଗଡର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମ୍ଧାମ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ ବହୁ ପୁଣ୍ୟ ମିଳିଥାଏ । 

ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହେବା ସହ ମହାନଦୀ ବାଲିପଠାରେ ଗୁଡି ଉଡାର ମଜା ନିଅନ୍ତି । ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଅନୁସାରେ ଆଜି ଦିନକ ପାଇଁ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରଯାଇଛି । କେବଳ ପୂଜକମାନେ ପୀଠରେ ଉପସ୍ଥିତ ରହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.