ସମ୍ବଲପୁରର ୧୬ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା : ଆଜିଠାରୁ ଅଗଷ୍ଟ ୨୪ ଯାଏଁ ରହିବ ବଳବତ୍ତର

Published By : Prameya-News7 Bureau | August 19, 2020 IST

ସମ୍ବଲପୁର ୧୯।୮: ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ଜାରି ହେଲା ୧୪୪ ଧାରା । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ ।

ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ ଗଳି, ମୋଦିପଡାର ମାଣିକମୁଣ୍ଡା, ତଅଁଲାପଡା, ଠେଲକୋପଡା, ଏନ୍ ଗୁଆଲେନ୍ ର ହନୁମାନ ମନ୍ଦିର ପଛ ପଟ, ଗୁଜରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡକ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର୍ କଲୋନୀ, ବିଷ୍ଣୁପଡା, ହୀରାକୁଦର ଲେବର କଲୋନୀ, ଗୌଡ ପଡା, ଝାଙ୍କରପଡାରେ ୧୪୪ ଧାରା ଜାରି କରାଯାଇଛି ।

ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହାସହ ଏହି ସ୍ଥାନରୁ ୧୦୦ ମିଟର ବ୍ୟାସାର୍ଦ୍ଧ ଯାଏଁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।

{"id":316794,"sizeSlug":"large"}
{"id":316795,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.