ସମ୍ବଲପୁରର ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା : ଆଜିଠାରୁ ଅଗଷ୍ଟ ୨୦ ଯାଏଁ ରହିବ ବଳବତ୍ତର

Published By : Prameya-News7 Bureau | August 14, 2020 IST

ସମ୍ବଲପୁର ୧୪।୮: ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି ।

ଖେତରାଜପୁରର ଶ୍ୟାମ ବାଟିକା, ବୁର୍ଲାର ଅଟାଚକି ପଡା, ହୀରାକୁଦର ଶକ୍ତି ନଗର, ହୀରାକୁଦର ଝାଙ୍କରରଡା, ହୀରାକୁଦର ନ୍ୟୁ ମାର୍କେଟ ଏରିଆ, ଏନ ଗୁଆ ଲେନ୍ ର ନୂଆପଡା, ସୁନାପାଲିର ଡିଅର ପାର୍କ ପାଖ, ସୁନାପାଲି ମସଜିଦ ପାଖର ଗୌସିଆମହଲ, ବରେଇପାଲିର ସ୍ବର୍ଣ୍ଣମହଲ, ବରେଇପାଲିର ଡୁମେରପଡା, ଅଇଁଠାପାଲିର ହରଗୌର ବିହାର, ଅଇଁଠାପାଲିର ଡାଏଟ କଲୋନୀ, ଅଇଁଠାପାଲିର ସହଯୋଗ ନଗର ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି । ତେବେ ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

{"id":314351,"sizeSlug":"large","className":"is-style-default"}
{"id":314352,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.