ଗିରଫ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ବେଦାନ୍ତ ପରିସରରେ ୧୪୪ଧାରା ଲାଗୁ

Published By : Prameya-News7 Bureau | August 24, 2019 IST

କଳାହାଣ୍ଡି ୨୪|୮: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ରିଫାଇନାରୀ ସମ୍ମୁଖରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ। ଗିରଫ ବ୍ୟକ୍ତି ଛତ୍ରପୁରର ପଟ୍ଟନାୟକ ହରିଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁ । ଭବାନୀପାଟଣା କାରାଗାରରେ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବେଦାନ୍ତ ରିଫାଇନାରୀ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି ।

{"id":148072}

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୮ ତାରିଖ ଦିନ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ଆନ୍ଦୋଳନକାରୀ ଓ ବେଦାନ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ଶେଷରେ ଉଗ୍ରରୂପ ଧାରଣ କରିଥିଲା । କମ୍ପାନୀ ପରିସରରେ ପୋଡାଜଳା ହେବା ସହ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀ (ୱାଏସଏଫ୍ ମେଜର)ର ମୃତ୍ୟୁ ହେବା ସହ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଦାନି ବାତ୍ରାରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

{"id":148074}

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୨୯ ଜଣଙ୍କୁ ସିସିଟିଭି ଫୁଟେଜ୍ ଆଧାରରେ ଗିରଫ କରି ଜେଲ୍ ପଠାଇଥିଲା । ତେବେ ଶୁକ୍ରବାର ଦିନ ଜେଲ୍ ରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ୧୯ତାରିଖ ଦିନ ପଟ୍ଟନାୟକ ହରିଜନଙ୍କର ଜେଲରେ ଦେହ ଖରାପ ହୋଇଥିଲା । ଅତ୍ୟନ୍ତ ଗୁରୁତର ହେବାରୁ ଜେଲ୍ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନକୁ ନେଇଥିଲେ । ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଶୁକ୍ରବାର ଦିନ ଚିକିତ୍ସା ସମୟରେ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଫଳରେ ବେଦାନ୍ତ କମ୍ପାନୀର ୨ କି.ମି. ପରିଧି ମଧ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।

{"id":148075}

ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳରେ ପ୍ରଚାର କରାଯାଉଛି ବେଦାନ୍ତ ପ୍ଲାଣ୍ଟ ମୁଖ୍ୟ ଫାଟକ ଓ ବେଦାନ୍ତ ଟାଉନସିପ୍ ଏରିଆର ୨ କି.ମି. ଭିତରେ ୧୪୪ ଧାରା ଜାରି ହୋଇଛି । ଏଣୁ ଉକ୍ତ ପରିଧି ମଧ୍ୟରେ ଯେକୌଣସି ସ୍ଥାନରେ ୫ରୁ ଅଧିକ ଲୋକ ରହିପାରିବେ ନାହିଁ । ରାଲି କିମ୍ବା ସଭା ସମିତି କରିପାରିବେ ନାହିଁ । ତେବେ ରାତି୨ ଟାରେ ପଟ୍ଟନାୟକଙ୍କର ମୃତଦେହ ଲାଞ୍ଜିଗଡରେ ପହଁଚିଥିବା ବେଳେ ଥାନା ଛକଠାରେ ଶବ ଥିବା ଆମ୍ବୁଲାନ୍ସକୁ ପୋଲିସ ଅଟକ ରଖିଛି। ମୃତ ପଟ୍ଟନାୟକଙ୍କ ପରିବାର ଓ ରେଂଗୋପାଳି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ପଟ୍ଟନାୟକଙ୍କର ୫ ଝିଅକୁ ୫ ଲକ୍ଷ ଲେଖାଏଁ, ସ୍ତ୍ରୀ ମନୋରମାକୁ ଚାକିରୀ ପାଇଁ ଦାବି କରାଯାଇଛି। ବେଦାନ୍ତ ଗେଷ୍ଟ ହାଉସରେ ଗ୍ରାମବାସୀ, ବେଦାନ୍ତ କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ଆଲୋଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.