Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରର ୮ ସହରରେ ୧୪୪ ଧାରା ଲାଗୁ: ଟାଉନ୍ ଥାନା ସଟଡାଉନ୍‌

9/08/2020 at 4:14 PM

ସମ୍ବଲପୁର୯/୮: ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧା ପାଉଥିବା ଦେଖି ସହରର ୮ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି | ହେଲେ ସବୁଠାରୁ ଗୁରୁତ୍ବପୂଣ୍ଣ କଥା ହେଲା ଟାଉନ ଥାନା ବନ୍ଦ କରାଯିବା ସହ ଥାନା ବାହାରେ ଥାନା କାର୍ଯ୍ଯ ଚାଲିଛି | ଥାନାର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପୋଲିସ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲେ। ଥାନା କାର୍ଯ୍ଯରେ ଯେମିତି ବାଧା ନଆସେ ସେଥିପାଇଁ ବାହାରେ ଥାନା କାର୍ଯ୍ଯ ଜାରି ରହିଛି | ସେହିପରି ଥାନାକୁ ବିଶୋଧନ କରାଯାଇଛି। ବିଶୋଧନ ଶେଷ ହେବା ପରେ ପୁଣି ଥାନା ଭିତରେ କାର୍ଯ୍ଯ ଚାଲିବ ବୋଲି ସୂଚନା ମିଳିଛି | ଜଣେ ମହିଳା ଏସଆଇ କରୋନା ପଜିଟିଭ୍ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

   Related Posts