ଭିଜିଲାନ୍ସ ଜାଲରେ କୋଅପରେଟିଭ ସୋସାଇଟିର ସମ୍ପାଦକ
28/12/2020 at 10:01 PM

ବୌଦ୍ଧ୨୮/୧୨: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ସେବା ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ରାଉତ ଏବେ ଭିଜିଲାନ୍ସ ପଞ୍ଝାରେ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଓ ବୋୖଦ୍ଧ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରିଛି। ସନ୍ତୋଷଙ୍କ ବ୍ରହ୍ମପୁର ସ୍ଥିତ ନିଜ ବାସଭବନ ତଥା ଉମା ଠାରେ ଥିବା ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଅଧିକ ସମ୍ପତି,ଗାଡି ମୋଟର,ବ୍ୟାଙ୍କ ଆକାଉଣ୍ଟ, ସରକାରୀ କାଗଜ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଘର ଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
Related Posts
ଭାରସାମ୍ୟ ହରାଇ କେନାଲକୁ ପଶିଲା କାର: ଜଣେ ନିଖୋଜ, ୨ ଉଦ୍ଧାର
17 January 2021