Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବାଲେଶ୍ବର-ଭଦ୍ରକ-ଯାଜପୁର ପାଇଁ ୩ ସଚିବଙ୍କୁ ଦାୟିତ୍ୱ, ସଂକ୍ରମଣ ପ୍ରତିହତ ସହ କରୋନା ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବେ

23/04/2020 at 11:06 AM

ଭୁବନେଶ୍ୱର ୨୩।୦୪: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ଗତ ୩ ଦିନ ମଧ୍ୟରେ ବୃଦ୍ଧି ଚିନ୍ତା ବଢାଇଛି । ପ୍ରତ୍ୟେକ ଦିନ କିଛି ଜଣ ସୁସ୍ଥ ହେଉଥିବା ଖବର ଆସୁଥିବା ବେଳେ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ଅଧିକ ଆଶଙ୍କା ସୃଷ୍ଟି କରୁଛି। ବିଶେଷ ଭାବରେ ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କୋଲକାତା ଫେରନ୍ତାଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ସେହି ତିନୋଟି ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ପ୍ରଶାସନକୁ ସହଯୋଗ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା ପାଇଁ ଅବକାରୀ ବିଭାଗ ପ୍ରିନସିପାଲ ସେକ୍ରେଟାରୀ ଏସ୍ . କେ ଲୋହାନୀ, ଯାଜପୁର ପାଇଁ ରାଜ୍ୟପାଳଙ୍କ ସଚିବ ଡକ୍ଟର ପି.କେ ମେହେର୍ଦ୍ଦା ଏବଂ ବାଲେଶ୍ବର ପାଇଁ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍.କେ ବଶିଷ୍ଟଙ୍କୁ ଦାୟିତ୍ବ ଦିଆଯାଇଛି ।  କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ । କଣ୍ଟେନମେଣ୍ଟ ଅଞ୍ଚଳରେ କିପରି ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ଏବଂ ସାମାଜିକ ଦୂରତା ରକ୍ଷା ସହ ତାଲାବନ୍ଦ କଟକଣା କିପରି କଡ଼ାକଡ଼ି ପାଳନ କରାଯିବ । ସେ ଦିଗରେ ଏହି ୩ ସଚିବ କାମ କରିବେ ।

   Related Posts