ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ସୁଇସାଇଡ୍ ନୋଟ୍‌ରେ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

Published By : Prameya-News7 Bureau | March 10, 2021 IST

ଲକ୍ଷ୍ନୌ ୧୦।୦୩: ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଲେ ଯୁବକ। ହେଲେ ପଛରେ ଛାଡି ଦେଇଗଲେ ସୁଇସାଇଡ୍ ନୋଟ୍। ସୁଇସାଇଡ୍‌ ନୋଟ୍‌ରେ ମୃତ୍ୟୁ ପାଇଁ ଆଇପିଏସ ଅଧିକାରୀଙ୍କୁ ଦାୟୀ କରିଛନ୍ତି ମୃତକ। ଏପରିକି ଉକ୍ତ ମହିଳା ଆଇପିଏସ ଅଧିକାରୀଙ୍କୁ  ଦଣ୍ଡିତ କରିବାକୁ ମଧ୍ୟ ଦାବି କରିଛନ୍ତି। ଏହିପରି ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି।

ଲକ୍ଷ୍ନୌର ହସନଗଞ୍ଜ ଥାନା ଅନ୍ତର୍ଗତ ରୈଦାସ ମନ୍ଦିର କ୍ରସିଂରେ ଏହି ଘଟଣା ଘଟିଛି। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସଚିବାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରୁଥିବା ୨୬ ବର୍ଷୀୟ ବିଶାଳ ସାଇନି ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ ଜମିବାରେ ଲାଗିଥିଲା। ପୋଲିସ ଘଟଣାସ୍ଥଳରୁ ଶବ ନିକଟରୁ ସୁଇସାଇଡ୍‌ ନୋଟ୍ ଜବତ କରିଛି।

ସୁଇସାଇଡ୍ ନୋଟ୍ ଦେଖି ପୋଲିସ ଅଧିକାରୀଙ୍କ ବହିଲା ଝାଳ

ସୁଇସାଇଡ୍‌ ନୋଟ୍ ପଢିବା  ମାତ୍ରେ ପୋଲିସ ଅଧିକାରୀଙ୍କ ହୋସ୍ ଉଡି ଯାଇଛି। ନୋଟ୍‌ରେ ମୃତକ ବିଶାଳ ସାଇନି ଆଇପିଏସ୍ ଅଧିକାରୀ ପ୍ରାଚୀ ସିଂହଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲଗାଇ ନିଜର ଆତ୍ମହତ୍ୟା ପାଇଁ ତାଙ୍କୁ ଦାୟୀ କରିଛନ୍ତି। ଏଥିସହ ମହିଳା ଆଇପିଏସ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି। ଆଇପିଏସ ଅଧିକାରୀ ପ୍ରାଚୀ ସିଂହ ବର୍ତ୍ତମାନ ଏଡିସିପି ନର୍ଥ ପଦରେ କାର୍ଯ୍ୟରତ ଅଛନ୍ତି।

ମୃତକ ବିଶାଳ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ, ଆଇପିଏସ୍ ପ୍ରାଚୀ ସିଂହ ମୋର କ୍ୟାରିୟର ବରବାଦ୍ କରିଛନ୍ତି। ତାଙ୍କ ଯୋଗୁଁ ହିଁ ମୁଁ ସମାଜରେ ମୁଣ୍ଡ ଟେକି ଚାଲି ପାରୁନାହିଁ। ଏଥିପାଇଁ ନିଜକୁ ଅଣନିଶ୍ଵାଃସୀ ଅନୁଭବ କରୁଥିଲି। ଆଇପିଏସ୍ ପ୍ରାଚୀ ମୋତେ ସେକ୍ସ ରାକେଟ୍‌ରେ ଫସାଇଛନ୍ତି। ଏହି କାଣରୁ ମୁଁ ନିଜ ପରିବାର ଲୋକଙ୍କୁ ମୁହଁ ଦେଖାଇ ପାରୁନାହିଁ।

ମୃତକ ବିଶାଳ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଛନ୍ତି। ଯଦ୍ଵାରା ସେ ନିଜ ପଦର ଦୁରୁପଯୋଗ କରି ପାରିବେ ନାହିଁ, ନିର୍ଦ୍ଦୋଷକୁ ଜେଲ୍ ପଠାଇ ପାରିବେ ନାହିଁ ଏବଂ ପଦୋନ୍ନତି ପାଇଁ ନିର୍ଦ୍ଦୋଷଙ୍କୁ ଯେମିତି ସଜା ଦେଇ ପାରିବେ ନାହିଁ।

ପୂରା ମାମଲାକୁ ନେଇ ଏଡିସିପି ନର୍ଥ ପ୍ରାଚୀ ସିଂହ ସଫେଇ ଦେଇ କହିଛନ୍ତି ଯେ,  ବିଶାଳ ସାଇନିଙ୍କ ପକ୍ଷରୁ ଯାହା ସବୁ ଆରୋପ ମୋ ଉପରେ ଲଗାଯାଇଛି, ସବୁ ଭିତ୍ତିହୀନ। ମୁଁ ନିଜର ଡ୍ୟୁଟି କରୁଥିଲି। ମୋର ନିର୍ଦ୍ଦେଶରେ ଚଢାଉ ହୋଇଥିଲା। ସେ କହିଛନ୍ତି ବିଶାଳଙ୍କ ମୃତ୍ୟୁରେ ମୁଁ ଦୁଃଖି। କିନ୍ତୁ ମୋତେ ଜଣା ନାହିଁ ସେ କାହିଁକି ଆତ୍ମହତ୍ୟା କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.