Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ନିର୍ଦେଶାଳୟ ସହ ବିଭାଗ ମିଶିବା ନେଇ କର୍ମଚାରୀଙ୍କ ଭିତରେ ଅସନ୍ତୋଷ, ସଚିବାଳୟ ସେବା ସଂଘ ଦୁଇଫାଳ

22/08/2019 at 7:44 PM

ଭୁବନେଶ୍ବର୨୨|୮: ନିର୍ଦେଶାଳୟ ସହ ବିଭାଗ ମିଶିବା ନେଇ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ।  ସଚିବାଳୟ କର୍ମଚାରୀ ସଂଘ ବିରୋଧ କରିବାକୁ ସଜବାଜ ହୋଇଥିବାବେଳେ  ନିର୍ଦ୍ଦେଶାଳୟ କର୍ମଚାରୀ ସଂଘ ସରାକର ସମର୍ଥନ ଦେବାକୁ ସର୍ତ୍ତ ରଖିଛି ।  ଏପଟେ ସରକାର ନିଷ୍ପତ୍ତିକୁ ନେଇ ସଚିବାଳୟ ସେବା ସଂଘ ଦୁଇଫାଳ। …. 

ନିର୍ଦ୍ଦେଶାଳୟ ସହ ବିଭାଗ ମିଶିବା ନିଷ୍ପତ୍ତିକୁ ନେଇ ସଚିବାଳୟ  କର୍ମଚାରୀ ଓ ନ ତାଲା କର୍ମଚାରୀଙ୍କ ଭିତରେ ଦ୍ବନ୍ଦ ଓ ଅସନ୍ତୋଷ ।  ସରକାରଙ୍କ ଯୁକ୍ତି ଏହାଦ୍ବାରା ଫାଇଲ ସ୍ପିଡ ବଢିବ ।  କମ ସମୟରେ ସରକାରୀ ନିଷ୍ପତ୍ତି ନିଆଯାଇପାରିବ ।  ଲୋକେ ଫାଇଦା ପାଇବେ ।  ତିନି ଥାକିଆ ବ୍ୟବସ୍ଥା ଦୁଇ ଥାକିଆ ହେବ ।

କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କର୍ମଚାରୀ ସଂଘ ଦୁଇଫାଳ। ସଚିବାଳୟ କର୍ମଚାରୀ ସେବା ସଂଘ ଭିତରେ ଏହାକୁ ନେଇ ତୁମୁଳକାଣ୍ତ ଦେଖାଦେଇଛି । ସଂଘର ସଭାପତିଙ୍କ ମୁହଁ ଗୋଟେ ଆଡେ ସମ୍ପାଦକଙ୍କ ମୁହଁ ଆଉ ଗୋଟେ ଆଡେ।  ସେପଟେ କର୍ମଚାରୀ ମାନେ ଖଡଗହସ୍ତ ।

 କାହିକିଁ ସରକାର ସେମାନଙ୍କ ସହ ଆଲୋଚନା ନ କରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି । ଆଜି ସଚିବାଳୟରେ ସମସ୍ତ କର୍ମଚାରୀ ଏକ ହୋଇ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିବା ସହ ଆସନ୍ତାକାଲି  ଏଜକ୍ୟୁଟିଭ ବଡି ମିଟିଂ ଡାକିଛନ୍ତି ।  ଶୂଣନ୍ତୁ ଗତ କାଲି କଣ କହିଥିଲେ କର୍ମଚାରୀ ସଂଙ୍କର ସମ୍ପାଦକ।

ସେପଟେ ସଚିବାଳୟ କର୍ମଚାରୀଙ୍କ ସହ ଏକ ହେବାକୁ ସବୁବେଳେ ଦାବି କରୁଥିବା ନିର୍ଦ୍ଦେଶାଳୟ ସେବା ସଂଘ ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ  ପ୍ରସ୍ତୁତ ଅଛି। ଯାହା ଜଣାପଡୁଛି ସରକାରଙ୍କ ଏହି ନିଷ୍ପତ୍ତିକୁ ୨୭ କିମ୍ବା ୨୮ ତାରିଖ ଦିନ ବିରୋଧ କରିବ ସଚିବାଳୟ ସେବା ସଂଘ। 

   Related Posts