Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟାଇଗର ଶ୍ରଫଙ୍କ ରିଲେସନଶିପ୍‌ ନେଇ ଭଉଣୀ ଖୋଲିଲେ ଗୁମର: କହିଲେ ଦିଶା ପଟ୍ଟାନୀଙ୍କ ପାଇଁ ଟାଇଗର ଉପଯୁକ୍ତ ନୁହନ୍ତି…

1/09/2019 at 2:59 PM

ମୁମ୍ବାଇ୧|୯: ବଲିଉଡ ଅଭିନେତା ଟାଇଗର ଶ୍ରଫ ଆକ୍‌ସନ, ଅଭିନୟ ଓ ଡାନ୍ସ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ଏହା ବ୍ୟତୀତ ଟାଇଗର ଶ୍ରଫ ଏବଂ ଦିଶା ପଟ୍ଟାନୀଙ୍କ ରିଲେସନଶିପ୍‌ର ଖବର ସବୁବେଳେ ଚର୍ଚ୍ଚାରେ ରହେ। ଉଭୟଙ୍କୁ ସବୁବେଳେ ଏକା ସହ ସ୍ପଟ କରାଯାଏ। କେବେ ଡିନର କେବେ ଲଂଚ ତ କେବେ ବୁଲାବୁଲି କରିବାରେ ନଜର ଆସନ୍ତି ଏହି କପଲ।    

ନିକଟରେ ଟାଇଗରଙ୍କ ଭଉଣୀ ନିଜ ଭାଇଙ୍କ ରିଲେସନଶିପ୍‌ ନେଇ ମତ ଦେଇଛନ୍ତି। ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫ ଏକ ଚାଟ୍‌ ସୋରେ ଏହି ବିଷୟରେ କଥା ବାର୍ତ୍ତା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତେ ନିଜ ହିସାବରେ ତାଙ୍କ ବ୍ୟକ୍ତିଗତ ଜୀବନ ହ୍ୟାଣ୍ଡେଲ କରନ୍ତି।

ତାଙ୍କ ରିଲେସନଶିପ୍‌ ବିଷୟରେ ସେ ପବ୍ଲିକ୍‌ରେ ଖୁବ୍‌ ଭଲ ଭାବେ କହିପାରିବେ। ସେ ବୁଝିପାରନ୍ତି ନାହିଁ ଯେ, ଏଠାରେ ରିଲେସନଶିପ୍‌କୁ ନେଇ ଏତେ ଚର୍ଚ୍ଚା କଣ ପାଇଁ ହୁଏ। ନିଜ ପାର୍ଟନର ପାଇଁ ସବୁବେଳେ ଗର୍ବ ଅନୁଭବ କରିବା ଉଚିତ୍‌।

କୃଷ୍ଣା କହିଛନ୍ତି ଯେ, ଟାଇଗର ସିଙ୍ଗଲ ଅଛନ୍ତି ଓ ଏହା ୧୦୦% ସତ । ଅଧିକାଂଶ ଲୋକେ ଜାଣିଛନ୍ତି ଯେ, ସେ ମିଛ କୁହନ୍ତି ନାହିଁ । ସେ ତାଙ୍କ ଭାଇଙ୍କର ଜଣେ ପ୍ରୋଟେକ୍‌ଟିଭ ଭଉଣୀ। ଏହା କହିବାବେଳେ ସେ ହସିଦେଇଥିଲେ ଥିଲେ। ଟାଇଗର ବହୁତ  ଭଲ ମଣିଷ। ତାଙ୍କର ଏହି ଗୁଣର ସମସ୍ତେ ଫାଇଦା ଉଠାନ୍ତି।

ତାଙ୍କ ଭାଇଙ୍କ ବିଷୟରେ କୌଣସି ଖବର ଆସିଲେ ପ୍ରଥମେ ସେ ଆଲର୍ଟ ହେଇଯାଆନ୍ତି।କୃଷ୍ଣାଙ୍କୁ ପଚାରାଯାଇଥିଲା ଯେ, ଯଦି ତାଙ୍କ ଭାଇଙ୍କୁ କୌଣସି ଝିଅ ଧୋକା ଦିଏ ତାହେଲେ ସେ କଣ କରିବେ।

ସେ ଝିଅର ଅବସ୍ଥା ଖରାପ କରିପାରିବେ ବୋଲି କୃଷ୍ଣା ଉତ୍ତର ଦେଇଥିଲେ। ଏହା ବ୍ୟତୀତ ସେ କହିଥିଲେ ଯେ, ତାଙ୍କୁ ମଉକା ମିଳିଲେ ସେ ଦିଶା ପଟ୍ଟାନୀଙ୍କୁ ଆଦିତ୍ୟ ରଏ କପୁରଙ୍କ ସହ ସେଟ୍‌ଅପ କରାଇବେ।

   Related Posts