ରାଜକୁମାରୀଙ୍କୁ ମିଳିଲା ପିତାଙ୍କ ସ୍ବୀକୃତି, ୭ ବର୍ଷର ନ୍ୟାୟିକ ଲଢ଼େଇ ଜିତିବା ପରେ ରାଜାଙ୍କୁ ଭେଟିଲେ ତାଙ୍କ ଲଭ୍‌ ଚାଇଲ୍ଡ

Published By : Prameya-News7 Bureau | October 27, 2020 IST

ବେଲଜିୟମ ୨୭/୧୦: ଗପ୍ତ ରାଜକୁମାରୀ ! ଏହି ଶୀର୍ଷକଟି ଗପ ଭଳି ଲାଗୁଥିଲେ ବି ସତ। ଗୁପ୍ତ ରାଜକୁମାରୀଙ୍କୁ ମିଳିଛି ପରିଚୟ। ନ୍ୟାୟିକ ପ୍ରକ୍ରିୟାରେ ବିଜୟ ହାସଲ କରିବା ପରେ ବେଲଜିୟମର ପୂର୍ବତନ ରାଜା ଆଲବର୍ଟଙ୍କୁ ସାକ୍ଷାତ କରିଛନ୍ତି ଗୁପ୍ତ ରାଜକୁମାରୀ। କୋର୍ଟରେ ରାୟ ପ୍ରକାଶ ପାଇବା ପରେ ରାଜା ତାଙ୍କୁ ଝିଅ ଭାବେ ସ୍ବୀକାର କରିଥିବା ନେଇ ବେଲଜିୟମ ରାଜପ୍ରାସାଦ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରିଛି।

ରାଜା ଆଲବର୍ଟ ୨ ଝିଅ ଭାବେ ସ୍ବୀକାର କରିବା ପରେ ୫୨ ବର୍ଷୀୟା ଡେଲଫାଇନ୍‌ ବୋଏଲ ଏବେ ରାଜପ୍ରାସାଦର ସମସ୍ତ ସୁବିଧା ପାଇବେ। ଅନ୍ୟ ରାଜପରିବାର ପିଲାଙ୍କ ଭଳି ଡେଲ୍‌ଫାଇନ୍‌ ଏବେ ସବୁ ଅଧିକାର ପାଇବେ। ୭ ବର୍ଷର ଦୀର୍ଘ ନ୍ୟାୟିକ ଲଢ଼େଇ ପରେ ରାଜାଙ୍କ ସହ ଡେଲଫାଇନ୍‌ଙ୍କ ବାଇଲୋଜିକାଲ୍‌ ସମ୍ବନ୍ଧ ଥିବା ଜଣାପଡ଼ିଛି। ଏବେ ବେଲଜିୟମ୍‌ର ରାଜକୁମାରୀ ଭାବେ ଜଣାଯିବେ ଡେଲଫାଇନ୍‌। ଏବଂ ତାଙ୍କ ବାପା ରାଜା ଆଲବର୍ଟଙ୍କ ଟାଇଟ୍‌ଲ ଲାଗିବ ଡେଲଫାଇନ୍‌ ନାଁ ସହିତ।

{"id":351845,"sizeSlug":"large"}

ଏନେଇ ଆଜି ଏକ ଫଟୋ ପ୍ରକାଶ ପାଇଛି ଯେଉଁଥିରେ ଡେଲଫାଇନ୍‌ ସାମାଜିକ ଦୂରତା ସହ ନିଜ ବାପା ଓ ରାଣୀ ପାଓଲାଙ୍କ ସହ ବସିଛନ୍ତି। ରବିବାର ଦିନ ରାଜପ୍ରାସାଦ କାଷ୍ଟେଲ୍‌ ବେଲ୍‌ଭେଡିୟରରେ ଏହି ମିଶ୍ରଣ ପର୍ବକୁ ‘ଫରଗିଭ୍‌ନେସ୍‌, ହିଲିଂ ଓ ରିକନ୍‌ସିଲେସନ୍‌’ର ଆଖ୍ୟା ଦିଆଯାଇଛି। ରାଜକୁମାରୀ ଡେଲଫାଇନ୍‌ଙ୍କ ଦୁଇଟି ପିଲା ଜେସେଫାଇନ୍‌ ଓ ଓସ୍କାର ଅଛନ୍ତି। ସେମାନେ ମଧ୍ୟ ରାଜ ପରିବାରର ସମସ୍ତ ସୁବିଧା ପାଇବେ ବୋଲି ଜଣାପଡ଼ିଛି।

ଗୋଟିଏ ନ୍ୟାୟିକ ବିଜୟ ଜଣେ ବାପାର ଝିଅ ପ୍ରତି ଭଲପାଇବାକୁ କମ୍‌ କରିପାରିବ ନାହିଁ। ଏହାସହ ଏହି ଲଢ଼େଇ ଅନେକ ପିଲାଙ୍କୁ ନିଜ ହକ୍‌ ପାଇଁ ଲଢ଼ିବାକୁ ବଳ ଦେବ ବୋଲି ଡେଲଫାଇନ୍‌ଙ୍କ ଓକିଲ କହିଛନ୍ତି। ଡିଏନଏ ଫଳାଫଳ ଆସିବା ପରେ ଡେଲଫାଇନ୍‌ କହିଛନ୍ତି, ସେ କେବଳ ତାଙ୍କ ବାପାଙ୍କ ଦ୍ବାରା ସ୍ବୀକୃତୀ ପାଇବାକୁ ଛାହୁଁଥିଲେ, ତାଙ୍କର ଟଙ୍କାର ଆବଶ୍ୟତା ନାହିଁ। ତେବେ ଆଲବର୍ଟଙ୍କ ପତ୍ନୀଙ୍କ ୩ ପିଲାଙ୍କ ମଧ୍ୟରେ ଡେଲଫାଇନ୍‌ ସାନ। ତାଙ୍କ ପରେ ୧୭ ବର୍ଷୀୟା ରାଜକୁମାରୀ ଅଛନ୍ତି ଯିଏକି ରାଜା ଫିଲିଫ୍‌ ଓ ରାଣୀ ମାଥିଲେଡ୍‌ଙ୍କ ଝିଅ।

{"id":351846,"sizeSlug":"large"}

୧୯୯୯ରେ ପ୍ରକାଶିତ ପାଓଲାଙ୍କ ବାୟୋଗ୍ରାଫିରେ ରାଜା ଆଲବର୍ଟଙ୍କ ପରକୀୟା ପ୍ରୀତିକୁ ନେଇ ପ୍ରସଙ୍ଗ ଉଠିଥିଲା। ଯେଉଁଥିରେ ରାଜାଙ୍କର ଜଣେ ଝିଅ ଥିଲେ ଯିଏକି ୧୯୬୦ ଜନ୍ମ ଗ୍ରହଣ କରିଥିବା ନେଇ କଥା ଉଠିଥିଲା।

ରାଜା ଆଲବର୍ଟଙ୍କ ସିବଲି ଦେ ସେଲିସ୍‌ଙ୍କ ସହ ୧୮ ବର୍ଷ ସମ୍ପର୍କରେ ଡେଲଫାଇନ୍‌ ହିଁ ପ୍ରତୀକ ବୋଲି ବିଶ୍ବାସ କରାଯାଉଛି। ୧୯୬୬ରେ ରାଜା ଓ ଡେଲଫାଇନ୍‌ ମା’ଙ୍କ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଉଛି। ସେତେବେଳେ ଆଲବର୍ଟ ପାଓଲା ରୁଫୋଙ୍କୁ ବିବାହ କରିଥିଲେ। କିନ୍ତୁ ଅନ୍ୟପଟେ ସେତେବେଳ ଡେଲଫାଇନ୍‌ଙ୍କ ଜନ୍ମ ହୋଇଥିଲା। ଏହାସହ ତାଙ୍କ ମାତା-ପିତାଙ୍କ ପ୍ରେମକାହାଣୀରେ ୧୯୮୪ରେ ପୂର୍ଣ୍ଣଛେଦ ପଡ଼ିଥିବା ବିଶ୍ବାସ କରାଯାଉଛି।

୧୯୯୯ରେ ପ୍ରଥମେ ଡେଲଫାଇନ୍‌ ଓ ରାଜାଙ୍କ ବିବାଦ ଆରମ୍ଭ ହୋଇଥିଲା। ୨୦୦୫ରେ ଆଲବର୍ଟ ତାଙ୍କୁ ଝିଅ ବୋଲି ମାନିବାକୁ ମନା କରିଦେଇଥିବା କହିଛନ୍ତି ଡେଲଫାଇନ୍‌। ଆଲବର୍ଟ ତାଙ୍କୁ ତାଙ୍କର ଝିଅ ବୋଲି ଅସ୍ବୀକାର କରିବା ପରେ ଡେଲଫାଇନ୍‌ ଓ ତାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାରେ ଲାଗିଥିଲା। ବାଧ୍ୟ ହୋଇ ୨୦୧୩ରେ ଡେଲଫାଇନ୍‌ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ ଆଲବର୍ଟଙ୍କଠୁ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଥିଲା। ସାମ୍ପଲ ଦେବାରେ ବିଫଳ ହେଉଥିବା କାରଣରୁ ରାଜାଙ୍କୁ ପ୍ରତିଦିନ ୪୨୩୮.୩୧ ପେନ୍ସ ଜରିମାନା ଭରିବାକୁ ପଡ଼ୁଥିଲା। କିନ୍ତୁ ପରେ ଆଲବର୍ଟ ସାମ୍ପଲ ପୈଠ କରିବାରେ ସକ୍ଷମ ହୋଇଥିଲେ। ଡେଲଫାଇନ୍‌ଙ୍କୁ ରାଜ ପରିବାରର ମାନ୍ୟତା ମିଳିବା ପରେ ରାଜା ଆଲବର୍ଟ ଓ ପୂରା ପରିବାର ମଧ୍ୟ ଖୁସିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.