Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭଗବାନ ଶିବଙ୍କ ତୃତୀୟ ନୟନର ରହସ୍ୟ : କ’ଣ ସତରେ ତୃତୀୟ ନୟନ ଖୋଲିଲେ ହୋଇଯିବ ପ୍ରଳୟ ?

2/03/2019 at 5:08 PM

ଭୁବନେଶ୍ୱର ୨/୩ : ମହାଦେବ ଭଗବାନ ଶିବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତିକି ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି | ସବୁ ଦେବତାଙ୍କ ମଧ୍ୟରୁ ଶିବ ପ୍ରଚଣ୍ଡ ରାଗି | ସବୁ ଦେବତାଙ୍କୁ ପ୍ରସନ୍ନ କରିବେ ପାଇଁ ବଡ ବଡ ପୂଜା କରାଯାଇଥାଏ | କିନ୍ତୁ ଭାଗବାନ ଶିବ କେବଳ ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ କଲ୍ୟାଣ କରିଥାନ୍ତି | ଶିବ ଯେତେବେଳେ ରାଗି ଯାଆନ୍ତି ସେତେବେଳେ ନିଜ ତୃତୀୟ ନୟନ ଖୋଲିଦେଇ ସବୁ ଧ୍ବଂସ କରିଦେଇଥାନ୍ତି |

କ’ଣ ଶିବଙ୍କ ତୃତୀୟ ନୟନ ଆସନ୍ତୁ ଜାଣିବା :

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା କଥା ପୁରାଣରେ ବର୍ଣିତ ଅଛି | ସେ ତୃତୀୟ ନୟନରେ ସବୁକିଛି ଦେଖିପାରନ୍ତି | ଯେତେବେଳେ ଶିବ ନିଜ ତୃତୀୟ ନୟନ ଖୋଲନ୍ତି ସେଥିରୁ ବହୁତ ତୀକ୍ଷ୍ଣ ଆଲୋକ ବାହାରିଥାଏ | ସେହି ଆଲୋକରେ ସବୁ ଭସ୍ମ ହୋଇଯାଏ | ଏଭଳି ସ୍ଥିତିରେ ଶିବ ଯେକୌଣସି ଜାଗାକୁ ଦେଖିପାରନ୍ତି ଏବଂ କାହା ସହ ମଧ୍ୟ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରିପାରିଥାନ୍ତି |  

ଭଗବାନ ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି କୁହାଯାଏ | ଭଗବାନ ଶିବଙ୍କ ତୃତୀୟ ନୟନରୁ ବାହାରୁଥିବା କ୍ରୋଧ ଅଗ୍ନିରେ ପୃଥିବୀ ଧ୍ବଂସ ହୋଇଯିବ | ଶିବଙ୍କ ୩ଟି ଆଖିର ଗୁଣ ଅଲଗା ଅଲଗା | ଡାହାଣ ନୟନ ସତ୍ଵ ଗୁଣ ଏବଂ ବାମ ନୟନ ରଜୋ ଗୁଣ ଏବଂ ତୃତୀୟ ନୟନରେ ତମୋ ଗୁଣ ବାସ କରିଥାଏ | କେବଳ ଭଗବାନ ଶିବଙ୍କ ତୃତୀୟ ନୟନ ତାଙ୍କ ଲଲାଟରେ ଥାଏ ଯେଉଁଥିପାଇଁ ତାଙ୍କୁ ତ୍ରିନେତ୍ର ବୋଲି କୁହାଯାଇଥାଏ | ଗୋଟିଏ ନୟନକୁ ଚନ୍ଦ୍ର, ଦ୍ୱିତୀୟକୁ ସୂର୍ଯ୍ୟ ଏବଂ ତୃତୀୟକୁ ବିବେକ ବୋଲି ବିଶ୍ୱାସ କରାଯାଏ | 

ଶିବଙ୍କ ତୃତୀୟ ଚକ୍ଷୁ ଆଜ୍ଞାଚକ୍ର ବୋଲି କୁହାଯାଏ | ଆଜ୍ଞାଚକ୍ର ବିବେକ ବୁଦ୍ଧିର ସ୍ରୋତ | ତୃତୀୟ ନୟନ ଖୋଲିଗଲେ ସାମାନ୍ୟ ମଣିଷ ବଟବୃକ୍ଷ ଭଳି ଆକାର ଧାରଣ କରିଥାଏ | ଆଜ୍ଞାଚକ୍ରର ଅର୍ଥ, ମଣିଷ ଶରୀରରେ ସକାରାତ୍ମକ ଶକ୍ତି | ଏହି ଚକ୍ରକୁ ଜାଗୃତ କରିବା ଅର୍ଥ ମାନବ ଶରୀରରେ ସମ୍ପୂର୍ଣ ଆଧ୍ୟାତ୍ମିକ ଶକ୍ତିର ପ୍ରବାହ ହେବା | ଏହି ଆଜ୍ଞାଚକ୍ର ସ୍ଥାନରେ ଆତ୍ମା ଜ୍ଞାନ ପ୍ରସ୍ତୁତ ଏବଂ କେନ୍ଦ୍ରିତ ହୋଇଥାଏ | ଯେଉଁ ବ୍ୟକ୍ତି ଏହି ଶକ୍ତିକୁ ଜାଗୃତ କରିପାରେ ତାକୁ ସବୁ ପ୍ରକାର ଶକ୍ତି ପ୍ରାପ୍ତ ହୋଇଥାଏ | ଏହି ଶକ୍ତି ଜରିଆରେ ମାନବ ବ୍ରହ୍ମାଣ୍ଡର ସବୁକିଛି ଦେଖିପାରେ | ଭଗବାନ ଶିବ ମାନବର ସର୍ବୋତ୍ତମ ସ୍ୱରୂପ | ଶିବ ଅତୀତକୁ ଦେଖିପାରନ୍ତି, ବର୍ତ୍ତମାନକୁ ନିୟନ୍ତ୍ରଣ କରିପାରନ୍ତି ଏବଂ ଭବିଷ୍ୟତ ମଧ୍ୟ ଦେଖିପାରନ୍ତି | ସେ ତ୍ରିକାଳଦର୍ଶୀ | ପୁରାଣ ଅନୁସାରେ, ସ୍ୱର୍ଗ ଲୋକ, ମୃତ୍ୟୁ ଲୋକ ଏବଂ ପାତାଳ ଲୋକ ଏହି ୩ ଚକ୍ଷୁର ପ୍ରତୀକ | ଭଗବାନ ଶିବଙ୍କୁ ୩ ଲୋକର ସ୍ୱାମୀ ବୋଲି କୁହାଯାଏ |

ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ୩ଟି ଚକ୍ଷୁ ରହିଛି | ୨ ଚକ୍ଷୁରେ ସମସ୍ତ ଜୀବ ଭୌତିକ ବସ୍ତୁ ଦେଖିଥାନ୍ତି ଏବଂ ତୃତୀୟ ଚକ୍ଷୁକୁ ବିବେକ ବୋଲି ବିଚାର କରାଯାଏ | କିନ୍ତୁ ତୃତୀୟ ଚକ୍ଷୁ ଦେଖାଯାଏନାହିଁ |

ଧର୍ମ ଗ୍ରନ୍ଥରେ ଶିବଙ୍କ ୩ୟ ଚକ୍ଷୁ ସହ ଜଡିତ ଏକ କଥା ପ୍ରଚଳିତ ଅଛି | ପ୍ରଣୟ ଦେବତା କାମଦେବ ନିଜ କ୍ରୀଡା ଦ୍ୱାରା ଶିବଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଚେଷ୍ଟା କରିଥିଲେ | ଏଥିରେ ରାଗିଯାଇ ଶିବ ନିଜ ୩ୟ ଚକ୍ଷୁ ଖୋଲିଦେଇଥିଲେ ଏବଂ ୩ୟ ଚକ୍ଷୁର ଅଗ୍ନିରେ କାମଦେବ ଭସ୍ମ ହୋଇଯାଇଥିଲେ | କାମଦେବ ସବୁ ମଣିଷ ଭିତରେ ବାସ କରନ୍ତି | ନିଜ ବିବେକ ଦ୍ୱାରା କାମଦେବକୁ ଶାନ୍ତ କରିବା ଉଚିତ | 

ବୈଜ୍ଞାନିକ ରହସ୍ୟ : ମସ୍ତିସ୍କର ମଝି ଭାଗରେ ଏକ ପିନିୟଲ ଗ୍ଲାଣ୍ଡ ଥାଏ ଯାହାକୁ ୩ୟ ଚକ୍ଷୁ କୁହାଯାଏ | ଏହାର କାମ ହେଲା ହର୍ମୋନ ଛାଡିବା | ଏହି ହର୍ମୋନକୁ ମେଲାଟୋନିନ ହର୍ମୋନ କୁହାଯାଏ | ଶୋଇବା ଉଠିବା ଚକ୍ରକୁ ଏହି ହର୍ମୋନ ସଂଚାଳନ କରିଥାଏ | ମଣିଷ ଅନ୍ଧ ହୋଇଥିଲେ ମଧ୍ୟ ପିନିୟଲ ଗ୍ଲାଣ୍ଡ ଦ୍ୱାରା ଲାଇଟ ଜଳିଲେ ଜାଣିପାରିଥାଏ |

   Related Posts