କାଶ୍ମୀରର ଯୁବତୀମାନେ କାହିଁକି ଏତେ ସୁନ୍ଦରୀ, ଜାଣନ୍ତୁ ରହସ୍ୟ

Published By : Prameya-News7 Bureau | August 11, 2019 IST

ଶ୍ରୀନଗର୧୧|୮: କାଶ୍ମୀରକୁ ହେଭେନ ଅନ ଆର୍ଥ, ଜନ୍ନତ ବା ଭୂ- ସ୍ବର୍ଗ କୁହାଯାଏ। କାଶ୍ମୀରର ପାଣି ପବନରେ ମଧ୍ୟ ଏକ ନିଆରା ଅନ୍ଦାଜ ରହିଛି। ଏହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।ସେହି ସ୍ଥାନକୁ ଯିଏ ଥରେ ଯାଏ ସେଠାର ଅନୁଭୂତି କେବେ ଭୁଲିପାରେ ନାହିଁ। ଏଥିପାଇଁ ବିଶ୍ବର କୋଣ କୋଣରୁ ଲୋକେ କାଶ୍ମୀର ବୁଲିବାକୁ ଆସନ୍ତି। ଏଭଳିକି କାଶ୍ମୀରର ଝିଅମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏହି ସ୍ଥାନର ଯୁବତୀମାନେ କୌଣସି ଅପସରା ବା ପରୀଙ୍କଠୁ କମ ନୁହଁନ୍ତି। ତେବେ ସେମାନଙ୍କ ଏହି ସୌନ୍ଦର୍ଯ୍ୟର ରାଜ କଣ ଜାଣନ୍ତୁ।

{"id":143169}

କାଶ୍ମୀରରେ ମିଳୁଥିବା କେଶର ସମଗ୍ର ବିଶ୍ବରେ ପ୍ରସିଦ୍ଧ ।ସ୍ପେନ ପରେ କାଶ୍ମୀରରେ ସବୁଠୁ ଭଲ ଓ ବେଷ୍ଟ କ୍ବାଲିଟିର କେଶର ମିଳେ। କେଶର ତ୍ବଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଚେହେରାର ଗୋରାପଣ ବଢାଇବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢାଏ। କେଶର ଦ୍ବାରା ତ୍ବଚାରେ ଅଧିକ ଗ୍ଲୋ ଆସେ। କାଶ୍ମୀରର ଯୁବତୀମାନେ ଚନ୍ଦନ ପାଉଡର ଓ କେଶରକୁ କ୍ଷୀର ସହ ମିଶାଇ ପେଷ୍ଟ ତିଆରି କରନ୍ତି। ଏହି ପେଷ୍ଟ ସେମାନେ ପ୍ରତିଦିନ ଚେହେରାରେ ଲଗାନ୍ତି।

{"id":143170,"width":568,"height":453}

କାଶ୍ମୀରର ଲୋକେ ଅଧିକ ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତି। ସେଠାରେ ପାଣିପାଗ ଥଣ୍ଡା ଥିବାରୁ ସ୍କିନରେ ସବୁବେଳେ ଚମକ ରହେ। ଅଧିକ ଶୀତ ଯୋଗୁଁ ସ୍କିନ ଡ୍ରାଏ ହୋଇଯାଏ। ଫଳରେ ସେଠାର ଝିଅମାନେ ଡ୍ରାଏନେସକୁ ଦୂର କରିବା ପାଇଁ ନ୍ୟାଚୁରାଲ ପ୍ରଡକ୍ଟ ବ୍ୟବହାର କରନ୍ତି। ଲହୁଣୀକୁ ବେସନ ସହ ମିଶାଇ ଚେହେରାରେ ଲଗାନ୍ତି। ପ୍ରତି ସପ୍ତାହ ୨-୩ ଦିନ ମଧ୍ୟରେ ୨୦ ମିନ୍‌ଟ ପାଇଁ ଏହି ପ୍ରକ୍ରିୟା କଲେ ଚେହେରାରେ ଚମକ ଆସେ ଓ ଡ୍ରାଏନେସ ହଟିଥାଏ। ଏଭଳି ନ୍ୟାଚୁରାଲ ଓ ଘରୋଇ ଟିପ୍ସ କରିଲେ ଚେହେରା ଜଡିତ ସବୁ ସମସ୍ୟା ଦୂର ହୋଇଥାଏ।   

{"id":143171}

କାଶ୍ମୀରୀ ଝିଅମାନେ ନିଜ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବାଦାମର ବ୍ୟବହାର କରନ୍ତି। ବଜାରରେ ମିଳୁଥିବା ବାଦାମ ସାହଯ୍ୟରେ ଘରେ ଆରାମରେ ପାର୍ଲର ଭଳି ଫେସ ସ୍କ୍ରବ୍‌ ତିଆରି କରନ୍ତି। ଏଥପାଇଁ ୯-୧୦ଟି ବାଦାମ କିଛି ଘଣ୍ଟା ପାଇଁ ପାଣିରେ ଭିଜାନ୍ତି। ତାପରେ କ୍ଷୀର ସହ ମିଶାଇ ଏହାର ଖଦଡା ପେଷ୍ଟ ତିଆରି କରନ୍ତି। ଏହି ପେଷ୍ଟକୁ ଚେହେରା ଓ ହାତରେ ଭଲ ଭାବେ ସ୍କ୍ରବ କରନ୍ତି। ଏହା ଡେଡ ସେଲ୍ସକୁ ଦୂର କରେ ଓ ଚେହେରାରେ ଗ୍ଲୋ ଆଣେ।

{"id":143172}

କେବଳ ସେତିକି ନୁହେଁ କାଶ୍ମୀରରେ ଅଧିକ ମାତ୍ରାରେ ଆଖରୋଟ ମିଳେ। ଅଧିକାଂଶ ଝିଅ ନିଜ କେଶ ମଜବୁତ କରିବା ପାଇଁ ଆଖରୋଟ ବ୍ୟବହାର କରନ୍ତି। ଆଖରୋଟରେ ଭରପୁର ମାତ୍ରାର ପୋଟାସିଅମ୍‌, ଓମେଗା-୩, ଓମେଗା-୬, ଓମେଗା-୯, ଓ ଅନେକ ଫ୍ୟାଟି ଏସିଡ୍‌ ଉପସ୍ଥିତ ଥାଏ ।ଏହି ସବୁ ଭିଟାମିନ୍‌ କେଶ ମଜବୁତ ରଖେ। ଲମ୍ବା ଓ ଗହଳ କେଶ ପାଇଁ ସେଠାର ମହିଳାମାନେ ଆଖରୋଟ ତେଲ ଲଗାନ୍ତି। ଏଥିପାଇଁ କାଶ୍ମୀରର ଝିଅମାନେ ଅଧିକ ସୁନ୍ଦର ଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.