ସରକାରଙ୍କ ଆୟ ଉପରେ କରୋନା ଦ୍ଵିତୀୟ ଲହରର ପ୍ରହାର, ମେ ମାସରେ କମିଲା ଜିଏସଟି ସଂଗ୍ରହ

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୦୫।୦୬: ଦେଶରେ କରୋନାର ଦ୍ଵିତୀୟ ଲହର କାରଣରୁ ସରକାରଙ୍କ ଜିଏସଟି ସଂଗ୍ରହରେ ହ୍ରାସ ଘଟିଛି। ଲକ୍‌ଡାଉନ୍ କାରଣରୁ ମେ ମାସ ସଂପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିଲା। ଯାହାର ପ୍ରଭାବ ଜିଏସଟି ସଂଗ୍ରହ ଉପରେ ପଡିଛି। କିନ୍ତୁ ମେ ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଉପରେ ରହିଛି। ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ମେ ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ ଟଙ୍କା ଉପରେ ରହିଛି। କ୍ରମାଗତ ଅଷ୍ଟମ ଥର ଜିଏଟସି ସଂଗ୍ରହ ଏକ ଲକ୍ଷ  କୋଟିରୁ ଉପରେ ରହିଛି।

ମେ ମାସରେ ସରକାରଙ୍କ ଜିଏସଟି ସଂଗ୍ରହ ୧,୦୨, ୭୦୯ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସଟି(ସଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଲେ ରାଜ୍ୟଗୁଡିକରୁ ଜିଏସଟି(ଏସଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସବୁଠୁ ଅଧିକ ରହିଛି ଇଣ୍ଟିଗ୍ରେଟେଡ୍ ଜିଏସଟି ସଂଗ୍ରହ। ଏଥିରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ  ହୋଇ ପାରିଛି। ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ସଂଗ୍ରହ କରାଯାଇଛି।

କିନ୍ତୁ ମେ ମାସର ଜିଏସଟି ସଂଗ୍ରହ ଏପ୍ରିଲ ତୂଳନାରେ କମ ରହିଛି। ଏପ୍ରିଲ ମାସରେ ୧,୪୧,୩୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲ।। ସେହି ପରି ମାର୍ଚ୍ଚ ମାସରେ ୧,୨୩,୦୦୦ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.