ନୂଆଦିଲ୍ଲୀ ୨୬/୦୯: ଯଦି ଜୀବନରେ କିଛି କରିବାର ଇଚ୍ଛା ଥାଏ ତାହେଲେ ନିଶ୍ଚୟ ମିଳିଥାଏ ସଫଳତା । କୌଣସି କାମ ଅସମ୍ଭବ ହୋଇନଥାଏ । ଫତେହପୁରର ଏକ ଛୋଟ ଗାଁର ଜାଗୃତି ଦେଇଛନ୍ତି ଏହାର ଉଦାହରଣ । କିଛି କରିବାର ଉତ୍ସାହ ଏବଂ ଝୁଙ୍କ ତାଙ୍କୁ ଆଜି ପହଞ୍ଚାଇଛି ଶୀର୍ଷରେ । ଜାଗୃତି ମୂଳତ ନାସେନିଆ ଗାଁ ବାସିନ୍ଦା । କେବଳ ପିତାମାତା ନୁହେଁ ବରଂ ସିଭିଲ ସର୍ଭିସେସ୍ ପରୀକ୍ଷଣ -୨୦୨୦ରେ ଅଲ ଇଣ୍ଡିଆ ରାଙ୍କରେ ଦ୍ୱିତୀୟ ମାନ୍ୟତା ଆଣି ପୁରା ଫତେହପୁର ପାଇଁ ଗୌରବ ଆଣିଛନ୍ତି ।
ଏହି ସୂଚନା ପାଇବା ମାତ୍ରେ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଯଦିଓ ସେ ପିତାମାତାଙ୍କ ସହିତ ଭୋପାଳରେ ରୁହନ୍ତି । ତେବେ ଫୋନ ଯୋଗେ ଗଣମାଧ୍ୟମକୁ ଜାଗ୍ରୁତି କହିଥିଲେ ଯେ ସେ ଜୀବନରେ କେବେ ବି ପଛକୁ ଫେରି ଚାହିଁନଥିଲେ । ପରୀକ୍ଷାରେ ସଫଳତା ପାଇବାକୁ, ସେ ଘଣ୍ଟା ଘଣ୍ଟା ଉତ୍ସର୍ଗୀକୃତ ଭାବରେ ଅଧ୍ୟୟନ କରୁଥିଲେ । ନାଶେନିଆର ବାସିନ୍ଦା ଡଃ ସୁରେଶ ଚନ୍ଦ୍ର ଆୱସ୍ତି ଭୋପାଳ ମେଡିକାଲ କଲେଜର ପ୍ରଫେସର । ମାଆ ମଧୁଲତା ଆୱସ୍ତି ଜଣେ କ୍ରୀଡ଼ା ଶିକ୍ଷକ ଥିଲେ ।
ହେଲେ ମାଆ ଇସ୍ତଫା ଦେବା ପରେ ସେ ଜଣେ ସଫଳ ଗୃହିଣୀ ଅଛନ୍ତି । ସୁରେଶ ଆୱାସୀଙ୍କ ଝିଅ ଜାଗ୍ରୁତି ୨୦୧୦ ମସିହାରେ ଉଚ୍ଚ ବିଦ୍ୟାଳୟ ଏବଂ ଭୋପାଳର ମହାରାଣୀ ବିଦ୍ୟାମଣ୍ଡଳ ବିଦ୍ୟାଳୟରୁ ୨୦୧୨ରେ ମଧ୍ୟବର୍ତ୍ତୀକାଳୀନ ଶିକ୍ଷା ସମାପ୍ତ କରିଥିଲେ । ଆଗକୁ ଆହୁରି ଅଧିକ ପାଠ ପଢିବା ସହ ଆଇଏଏସ୍ ହେବାର ସ୍ୱପ୍ନକୁ ସର୍ବଦା ମନରେ ରଖି ଚାଲୁଥିଲେ ।
ଏପରିକି ପାଠ ପଢା ପରେ ଛୋଟ ଚାକିରୀ ଟିଏ ବି କରିଥିଲେ । ହେଲେ ବାରମ୍ୱାର ମନକୁ ଆନ୍ଦୋଳିତ କରିଥିଲା ଆଇଏଏସ ହେବା ସ୍ୱପ୍ନ । ଶେଷରେ ସେ ଚାକୀରିରୁ ଇସ୍ତଫା ଦେବା ସହ ସିଭିଲ୍ କୋଚିଂ ନେଇଥିଲେ । ଝିଅର ଏହି ନିଷ୍ପତ୍ତିରେ ପୂରା ପରିବାର ତାଙ୍କୁ ସହଯୋଗ କରିଥିଲେ । ଏପରିକି ଘରେ ନାଁ ହେଉଥିଲା କୌଣସି ଉତ୍ସବ ପାଳନ, ନାଁ ଲାଗୁଥିଲା ଟିଭି ।
ଝିଅ ପାଇଁ ଘରର ଲୋକେ ବି ଟିଭି ଦେଖିବାକୁ ଇଚ୍ଛା କରୁନଥିଲେ । ୨୦୧୯ ମସିହାରେ, ଜାଗ୍ରୁତି ଜଣେ ଅଧିକାରୀ ହେବାର ସ୍ୱପ୍ନକୁ ପୂରଣ କରିବାକୁ ସ୍ଥିର କଲେ ଏବଂ ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନରେ ଆଡମିଶନ କଲେ । ତେବେ କରୋନା ହେତୁ ସାରା ଦେଶରେ ତାଲା ପଡିଥିଲା । ହେଲେ ବନ୍ଦ ହୋଇନଥିଲା ପାଠପଢା । ଅନଲାଇନରେ ଜାଗ୍ରୁତି ଜାରି ରଖିଥିଲେ ପାଠପଢା ।
ପରେ ପରିବାରର ସମସ୍ତ ତ୍ୟାଗର ବଳିଦାନକୁ ମିିଳିଥିଲା ସମ୍ମାନ । ସବୁ ବାଧା ବିଘ୍ନକୁ ପଛରେ ପକାଇ ୨୦୨୦ ବର୍ଷର ପ୍ରଥମ ପ୍ରୟାସରେ, ସେ ସିଭିଲ ସର୍ଭିସ୍ ପରୀକ୍ଷାରେ ଦ୍ୱିତୀୟ ମାନ୍ୟତା ଆଣି ଏହି ପଦବୀ ହାସଲ କରିଥିଲେ । ଜାଗ୍ରୁତି ତାଙ୍କ ସଫଳତାର ଶ୍ରେୟ ପୁରା ପରିବାରକୁ ଉତ୍ସର୍ଗୀକୃତ କରିଛନ୍ତି ।