ଫେବୃଆରୀରେ ଉଡ଼ିଲା ସୁନାର ଚମକ୍ ! ୧୯୯୧ ପରେ ସବୁଠୁ ଦୟନିୟ ସ୍ଥିତିରେ ସ୍ୱର୍ଣ୍ଣଳଙ୍କାର ବଜାର

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮।୨:  ଗତ ୩୦ ବର୍ଷରେ ସ୍ୱର୍ଣ୍ଣଳଙ୍କାର ବଜାର ଦ୍ୱିତୀୟବାର ଦୟନିୟ ପରିସ୍ଥିତିର ଶିକାର ହୋଇଛି। ଏହା ପୂର୍ବରୁ ୧୯୯୧ ମସିହାରେ ପ୍ରଥମ ଥର ଏପରି ଅବସ୍ଥା ଉପୁଜିଥିଲା। ବର୍ଷ ଆରମ୍ଭରୁ କ୍ଷତିରେ କାରବାର କରୁଥିବା ସୁନାର ଚମକ୍‌ ଫେବୃଆରୀ ସରିବା ବେଳକୁ ଉଡିଗଲାଣି। ଦେଶର ବଜାରରେ ୨୪ କ୍ୟାରଟ ସୁନା ମୂଲ୍ୟରେ ୨ହଜାର ୯୪୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ରୂପା ପ୍ରତି କିଲୋଗ୍ରାମ ପିଛା ୧୧ଶହ ୫ଟଙ୍କା ଦୁର୍ବଳ ହୋଇଛି।

{"id":416129,"width":576,"height":499,"sizeSlug":"large","linkDestination":"none"}

ବ୍ଲୁମବର୍ଗ ରିପୋର୍ଟରୁ ଏହା ପୂର୍ବରୁ ସୁନା ଓ ରୂପା ବଜାର ୧୯୯୧ ମସିହାରେ ଏହିପରି କାରବାର ଆରମ୍ଭ କରିଥିଲା। ଏହା ପରେ ଦ୍ୱିତୀୟବାର ୨୦୨୧ରେ ସମାନ ପରିସ୍ଥିତିରେ ବଜାର ଖୋଲିବା ନିବେଶଙ୍କୁ ନିରାଶ କରିଛି। ଫେବୃଆରୀ ପ୍ରଥମ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ୧୮ଶହ ୩୭ ଟଙ୍କା ଶସ୍ତା ହୋଇଯାଇଥିଲା। ସେହିପରି ରୂପା ୨ ହଜାର ୩୦୩ଟଙ୍କା ହ୍ରାସ ହୋଇଥିଲା।

{"id":416131,"width":580,"height":301,"sizeSlug":"large","linkDestination":"none"}

ଦ୍ୱିତୀୟ ସପ୍ତାହ ବେଳକୁ ସୁନା ମୂଲ୍ୟରେ ବୃଦ୍ଧି ହୋଇଥିଲା। ତେବେ ମାତ୍ର ୧୪୯ ଟଙ୍କାର ସାଙ୍କେତିକ ବୃଦ୍ଧି ହୋଇଥିଲା। ଏଥିରେ ରୂପା ଦର  ୯୫୪ଟଙ୍କା ମଜଭୁତ ହୋଇଥିଲା। ବଜାର ସୁଧୁରିବା ପରିବର୍ତ୍ତେ ପୁଣି ଭୂଷୁଡି ପଡିଥିଲା। ତୃତୀୟ ସପ୍ତାହରେ ସୁନା ଆହୁରି ୧୨ଶହ ୮୫ଟଙ୍କା ଶସ୍ତା ହୋଇଯାଇଥିଲା। ତେବେ ରୂପା ସ୍ଥିର ରହି ମାତ୍ର ୩୭ ଟଙ୍କାର ବୃଦ୍ଧି ହାସଲ କରିଥିଲା। ତେବେ ଫେବୃଆରୀ ଶେଷ ସପ୍ତାହ ବେଳକୁ ସୁନା ମଜଭୁତ ହୋଇଥିଲେ ବି ଦର ୪୬ ହଜାର ୫୭୦ ଟଙ୍କାରେ ରହିଛି।

{"id":416133,"sizeSlug":"large","linkDestination":"none"}

ସର୍ବୋଚ୍ଚ ସ୍ତରରୁ ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା
ସୁନା ଦର ଉପରେ ନଜର ପକାଇଲେ ଅଗଷ୍ଟ ୭ ତାରିଖରେ ଏହା ଐତିହାସିକ ସ୍ତରରେ ପହଞ୍ଚିଥିଲା। ସେତେବେଳେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୫୬ ହଜାର ୨୦୦ ଟଙ୍କାକୁ ଉଠିଥିଲା। ଆଶା କରାଯାଉଥିଲା ଦର ୬୦ ହଜାରକୁ ଛୁଇଁବ । ହେଲେ ୬ ମାସରେ ସୁନା ଦରରେ ୯ହଜାର ୬୮୪ ଟଙ୍କା ହ୍ରାସ ହୋଇସାରିଲାଣି। ସେହିପରି ରୂପା ଗତବର୍ଷ ଦର ତୁଳନାରେ ୭ ହଜାର ୩୮୭ ଟଙ୍କା ହ୍ରାସ ହୋଇଛି।

{"id":416134,"width":576,"height":326,"sizeSlug":"large","linkDestination":"none"}

କ୍ରେପ୍ଟୋ କରେନ୍ସି ପ୍ରତି ବଢିଛି ନିବେଶକଙ୍କ ଆଗ୍ରହ
ସୁନା ଦର ହ୍ରାସର ଯାହା ମୁଖ୍ୟ କାରଣ ତାହା ହେଉଛି ଆଭାଷୀ ମୁଦ୍ରା ବା କ୍ରେଫ୍ଟୋକରେନ୍ସି। ଏହି ବର୍ଗମାଳାରେ ବିଟକଏନ୍‌ ଏବେ ନିବେଶକଙ୍କ ଆକର୍ଶଣର କେନ୍ଦ୍ର ପାଲଟିଛି। ୨୦୧୯ ତୁଳନାରେ ୨୦୨୦ରେ ବିଟକଏନ ମୂଲ୍ୟ ୫ ଗୁଣା ବଢିଥିଲା। ବିଟକଏନର ଜୋରଦାର ରିଟର୍ଣ୍ଣ ନିବେଶକଙ୍କୁ ଉତ୍ସାହିତ କରିଛି। ଏବେ ବିଟକଏନ ମୂଲ୍ୟ ଯଦିଓ ୪୬ହଜାର ୪୩୨ ଡଲାରକୁ ଖସି ଆସିଛି ତେବେ କିଛି ସମୟ ପୂର୍ବରୁ ଏହା ୫୬ ହଜାର ଡଲାରସ୍ତରକୁ ପହଞ୍ଚିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.