Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦ୍ୱିତୀୟ ଟେଷ୍ଟ୍ ପାଇଁ ଭାରତର ସ୍ୱତନ୍ତ୍ର ରଣନୀତି : ଶୁଭମନ, ଜାଡେଜା, ରାହୁଲ ଓ ପନ୍ତ ପାଇବେ ସ୍ଥାନ !

21/12/2020 at 2:01 PM

ନୂଆଦିଲ୍ଲୀ,୨୧/୧୨:  ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା । ଏହି ପରାଜୟ ପରେ ଦଳ, କୋଚ୍ ଓ ଅଧିନାୟକଙ୍କୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି । ଏପରିକି ପରାଜୟ ପାଇଁ ବ୍ୟାଟସମ୍ୟାନଙ୍କୁ ଦାୟୀ କରାଯାଉଛି । ଏହି ପରାଜୟକୁ ଭୁଲି ଭାରତ ଦ୍ୱିତୀୟ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଦଳରେ ଅନେକ ପରିବର୍ତ୍ତନ ନେଇ ସମ୍ଭାବନା ରହିଛି ।

ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହେବା ପରେ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ।  ତାଙ୍କ ବଦଳରେ ମହମ୍ମଦ ସିରାଜ ବା ନବଦୀପ ସାଇନୀଙ୍କୁ ସୁଯୋଗ ମିଳିପାରେ ।

ସେହିପରି ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପୃଥ୍ୱୀ ଶଙ୍କ ବ୍ୟାଟିଂ ଅତି ଖରାପ ଥିଲା । ସେ ଉଭୟ ଇନିଂସରେ ବୋଲ୍ଡ ହୋଇଥିଲେ । ସେ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଶୁଭମନ ଗିଲ୍ ମଧ୍ୟ ପଦାର୍ପଣ କରିପାରନ୍ତି ।

ସେହିପରି ବିରାଟ କୋହଲି ଓ ହନୁମା ବିହାରୀଙ୍କ ବଦଳ ଖେଳାଳି କ୍ରିଜକୁ ଓହ୍ଲାଇବେ। ଆହୁରି ମଧ୍ୟ ରବିନ୍ଦ୍ର ଜା଼ଡେଜା ଓ ରିଦ୍ଧିମାନ ଶାହଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ ।

ସୂଚନାଯୋଗ୍ୟ, ସିରାଜ ଓ ସାଇନୀ ଟେଷ୍ଟ ଟିମରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଥମ ଟେଷ୍ଟରେ ସେମାନଙ୍କୁ ସୁଯୋଗ ମିଳିନଥିଲା । ମହମ୍ମଦ ସାମି ଆହତ ହେବା ପରେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ ବୋଲି ବିସିସିଆଇର ଏକ ସୂତ୍ରରୁ ଜଣାପଡିଛି ।

ଦ୍ୱିତୀୟ ଟେଷ୍ଟରେ କେଏଲ ରାହୁଲ ଓ ଋଷଭ ପନ୍ତ ଓପନିଂ କରିପାରନ୍ତି । ଏହାପରେ ୪ ନମ୍ବରରେ ଶୁଭମନ ଗିଲ ବିରାଟ କୋହଲିଙ୍କ ସ୍ଥାନରେ କ୍ରିଜକୁ ଓହ୍ଲାଇବାର ସମ୍ଭାବନା ରହିଛି । ସେହିପରି ହନୁମା ବିହାରୀଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବେ । ଏତତ୍ ବ୍ୟତୀତ ଋଷଭ ପନ୍ତ ରିଦ୍ଧମାନ ଶାହଙ୍କ ବଦଳରେ ଓ୍ୱିକେଟକିପର ଭୂମିକା ତୁଲାଇବେ ।

ତେବେ ମହମ୍ମଦ ସିରାଜ ଓ ନବଦୀପ ସଇନୀଙ୍କ ମଧ୍ୟରୁ ଜଣେ ମହମ୍ମଦ ସାମିଙ୍କ ବଦଳରେ ସ୍ଥାନ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

   Related Posts