Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଭାରତ- ବାଂଲାଦେଶ ଦ୍ବିତୀୟ ଟି-୨୦ ମ୍ୟାଚ୍ : ପ୍ରତ୍ୟାବର୍ତ୍ତନ ଆଶାରେ ଭାରତୀୟ ଦଳ

6/11/2019 at 6:35 PM

ଗୁଜରାଟ ୬|୧୧ :   ଆସନ୍ତାକାଲି ରାଜକୋଟରେ ଭାରତ- ବାଂଲାଦେଶ  ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳାଯିବା ।  ସିରିଜରେ ପ୍ରତ୍ୟାବର୍ତ୍ତନ ଆଶା ରଖିଛି ଭାରତୀୟ ଦଳ ।

ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟିଂ ପାଇଁ  ବାଂଲାଦେଶ ଠାରୁ ୭ଓ୍ବିକେଟରେ ପରାସ୍ତ ହୋଇଥିଲା ଭାରତ। ଦ୍ବିତୀୟ ଟି-୨୦ଟି ସନ୍ଧ୍ୟା ୭ଟାରେ ରାଜକୋଟ୍ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଗ୍ରାଉଣ୍ଡରେ  ଖେଳାଯିବ । ବାଂଲାଦେଶ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ପିଚକୁ ଦେଖି ଭାରତୀୟ ଟିମରେ ସାମାନ୍ୟ  ପରିବର୍ତ୍ତନ କରାଯିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି ।  ତେବେ ଏହି ମ୍ୟାଚ ଭାରତୀୟ ଦଳ ପାଇଁ କର ବା ମର ପରିସ୍ଥିତି ହୋଇଯାଇଛି ।   ଯଦି ଭାରତୀୟ ଦଳ ଏହି ମ୍ୟାଚରେ ପରାସ୍ତ ହୁଏ , ତେବେ ଦଳ ହାତରୁ ସିରିଜ୍ ଖସିଯିବାର ଆଶଙ୍କା ରହିଛି ।

ରାଜକୋଟରେ ମ୍ୟାଚ ପୂର୍ବରୁ ବାତ୍ୟା ମାହା ସମୁଦ୍ର  ତଟକୁ ଛୁଇଁବା ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର କହିବାନୁଯାୟୀ ମାହା ଗୁରୁବାର ପୋରବନ୍ଦର ଓ ଦୀବର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି ।  ଯାହାଫଳରେ କି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

   Related Posts