ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ଦିଲ୍ଲୀ ହିଂସା ନେଇ ସରକାରଙ୍କୁ ଘେରିବେ ବିରୋଧୀ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୦୨।୦୩: ଆଜି ଠାରୁ ସଂସଦରେ ଆରମ୍ଭ ହେବାକୁଯାଉଛି  ବଜେଟ୍ ଅଧିବେଶନର  ଦ୍ବିତୀୟ ପର୍ଯ୍ୟାୟ  । ଯାହାକି ଆସନ୍ତା ଏପ୍ରିଲ ୩ ଯାଏ ଚାଲିବ ।  ତେବେ  ଏହି ପର୍ଯ୍ୟାୟ  ଅଧିକ ସରଗରମ ହେବା ନେଇ ବିରୋଧୀ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି ।

ବିଶେଷ କରି  ଦିଲ୍ଲୀରେ ସିଏଏ ବିରୋଧରେ ହିଂସାକୁ ନିୟନ୍ତ୍ରଣ କରିବାରେ ଗୃହମନ୍ତ୍ରଣାଳୟ ବିଫଳ ହୋଇଛି ।ତେଣୁ  ଗୃହମନ୍ତ୍ରୀ  ଅମିତ ଶାହା ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ । ଯାହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇପାରେ । କେବଳ ଦିଲ୍ଲୀ ନୁହେଁ ସାରା ଦେଶର ଆଇନ୍ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିବା ବିରୋଧୀ କଂଗ୍ରେସ ଦାବି କରିଛି ।

କଂଗ୍ରେସ ସମେତ ବିରୋଧୀଦଳମାନେ ଦିଲ୍ଲୀ ହିଂସା, ସାମ୍ପ୍ରଦାୟିକ ଦଙ୍ଗା, ଅର୍ଥନୈତିକ ମାନ୍ଦାବସ୍ଥା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ଏହି ଅଧିବେଶନରେ ସଂଶୋଧିତ ସରୋଗେସି ବିଧେୟକ, ବିବାଦୀୟ ଟିକସ ବିଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ବିଧେୟକ ଗୃହରେ ପାରିତ କରିବାକୁ ଲକ୍ଷ୍ୟ ରଖିଛି । ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ (CAA)କୁ ନେଇ ଶାସକ ଓ ବିରୋଧୀ ଗୃହରେ ସାମ୍ନା ସାମ୍ନା ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.