Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ : ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି, ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ

11/03/2020 at 7:20 AM

ଭୁବନେଶ୍ବର ୧୧।୦୩:  ବୁଧବାର (ଆଜି) ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପାରିତ ହେବା ସହିତ ରାଜ୍ୟସଭା ନିର୍ବାଚନ ରହିଛି । ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ । ଯେପରି  ଶ୍ରୀମନ୍ଦିରର ଜମାରାଶି ୟେସ ବ୍ୟାଙ୍କରେ ଡିପୋଜିଟ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ସଜବାଜ ହୋଇଛନ୍ତି ।  ଏହାସହ ରେଳବାଇ ଜମି ଅଧିଗ୍ରହଣ ,କୃଷକ ସମସ୍ୟା  ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବେ ବିରୋଧୀ ।   ସେପଟେ ଏହି ଅଧିବେଶନରେ ବିରୋଧୀଙ୍କୁ ସାମ୍ନା କରିବା ସହ ରାଜ୍ୟସଭା ନିର୍ବାଚନରେ ଜିତାପଟ କରିବା ପାଇଁ ସୁଚିନ୍ତିତ ରଣନୀତି କରିଛି ବିଜେଡି ।

ଆସନ୍ତା ୨୬ରେ  ରାଜ୍ୟସଭା ନିର୍ବାଚନ ଥିବା ବେଳ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ପୂର୍ବରୁ ପ୍ରଥମ ପ୍ରର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିଥିଲା।

   Related Posts