ଦେଶରେ ଆଉ ୩୫ ଦିନ ଲକ୍‌ଡାଉନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ; ଫିକାପଡିବ ଖ୍ରୀଷ୍ଟମାସ୍ ଓ ନୂଆବର୍ଷ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫।୧୨ : ସାରାବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଖାସ୍‌ କରି କିଛି ଦେଶରେ କୋଭିଡ଼ ସଂକ୍ରମଣର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଖାସ୍‌ କରି ଆମେରିକା, ଇଟାଲୀ,ଜର୍ମାନୀ, ଫ୍ରାନ୍ସରେ ସ୍ଥିତି ସଙ୍ଗୀନ ରହିଛି । ଏବେ ଏହି ତାଲିକାରେ ନେଦରଲ୍ୟାଣ୍ଡ ଯୋଡି ହୋଇଯାଇଛି । ନେଦରଲ୍ୟାଣ୍ଡରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ସପ୍ତାହ ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଦେଶରେ ଏହା ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଏହି ସମୟରେ ଆଗାମୀ ଦିନରେ ସମସ୍ତ ସ୍କୁଲ, କଲେଜ ଓ ଦୋକାନା ବଜାର ବନ୍ଦ ରହିବ । ଯାହାକି ଆଗାମୀ ଦିନ କରୋନା ଭାଇରସ ବିରୋଧରେ ଲଢେଇ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

wp:html /wp:html

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କି ରୁଟ ନିଜ ଘୋଷଣା କହିଛନ୍ତି ଯେ, ଦେଶରେ ୫ସପ୍ତାହ ପାଇଁ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି । ଏହା ଦେଶର ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । କରୋନା ଭାଇରସକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଆମକୁ କେତେକ ପଦକ୍ଷେପ ନେବାକୁ ପଡିବ । ତେବେ ଏହି ଲକ୍‌ଡାଉନ୍‌ରେ ସମସ୍ତ ସ୍କୁଲ, କଲେଜ, ଦୋକାନା, ମ୍ୟୁଜିୟମ ଓ ଜିମ୍‌ ବନ୍ଦ ରହିବ । ଜାନୁଆରୀ ୧୯ ପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତି ମିଳିବା ପରି ଦୃଶ୍ୟମାନ ହେଉନାହିଁ । ଦେଶର ଭବିଶ୍ୟତକୁ ଦୃଷ୍ଟିରେ ରଖି ଏପରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ବୋଲି କହିଛନ୍ତି ।

ତେବେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଯେଉଁ ସମୟରେ ଲକ୍‌ଡାଉନ୍‌ ଘୋଷଣା କରୁଥିଲେ । ସେହି ସମୟରେ ତାଙ୍କ ଅଫିସ ସମ୍ମୁଖରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଦେଶର ଯେକୌଣସି ନାଗରିକଙ୍କ ଘରେ ଅତିକମ୍‌ରେ ୨ଜଣ ଅତିଥି ଆସିପାରିବେ , ଏଥିପାଇଁ ସ୍ଥାନୀୟ ପ୍ରଶାସନ ସହ କଥା ହୋଇ ଅନୁମିତ ନେବାକୁ ପଡିବ ।  ସେହିପରି ଏହି ଲକ୍‌ଡାଉନ୍‌ ସମୟରେ କ୍ରିସମସ୍‌ ଓ ନୂଆବର୍ଷ ପଡୁଛି । ତେବେ ୨୪ରୁ ୨୬ ଡିସେମ୍ବର ମଧ୍ୟରେ ଦେଶବାସୀଙ୍କୁ କିଛି ଆଶ୍ୱସ୍ତି ଦିଆଯିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.