ଆଜି ବର୍ଷର ଦ୍ବିତୀୟ ଆଂଶିକ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ କେଉଁଠି କେଉଁଠି ହେବ ଦୃଶ୍ୟମାନ?

Published By : Prameya-News7 Bureau | June 05, 2020 IST

୨୦୨୦ ମସିହାର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଅର୍ଥାତ୍ ଆଜି ଲାଗିବ। ଏହା ଏକ ଆଂଶିକ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। ଜୁନ୍ ମାସର ପୂର୍ଣ୍ଣିମାକୁ ଷ୍ଟ୍ରବେରୀ ମୁନ୍ କୁହାଯାଇଥାଏ। ଏହି କାରଣରୁ ଏହି ଚନ୍ଦ୍ର ଗ୍ରହଣକୁ ଷ୍ଟ୍ରବେରୀ ଚନ୍ଦ୍ର ଗ୍ରହଣ କୁହାଯିବ।

ଇନ୍ଦିରା ଗାନ୍ଧୀ ନକ୍ଷତ୍ରଶାଳାର ବୈଜ୍ଞାନିକ ଗୁରୁବାର ଏହାର ସୂଚନା ଦେଇଥିଲେ। ସେ କହିଥିଲେ ଯେ ଉପଛାୟା ଚନ୍ଦ୍ରଗ୍ରହଣ ଜୁନ୍ ୫ତାରିଖ ରାତିରେ ୧୧.୧୫ରେ ଆରମ୍ଭ ହେବ। ଯାହା ବିଳମ୍ବିତ ରାତି ଜୁନ୍ ୬ତାରିଖ ୨ଟା ବାଜି ୩୪ମିନିଟ୍ ଯାଏଁ ଲାଗି ରହିବ। ଏହି ଚନ୍ଦ୍ର ଗ୍ରହଣ ୩ଘଣ୍ଟା ୧୮ମିନିଟ୍ ଯାଏଁ ଚାଲିବ। ଏହି ଚନ୍ଦ୍ର ଗ୍ରହଣର ଅଧିକତର ଫେସ୍ ରାତି ୧୨.୫୪ରେ ହେବ। ସହରବାସୀ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖି ପାରିବେ। ଏହା ଦ୍ବାରା କୌଣସି କ୍ଷତି ହେବ ନାହିଁ।

ଉପଛାୟା ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବା ଦ୍ବାରା ଚନ୍ଦ୍ର ଗ୍ରହଣର ଆରମ୍ଭ ଏବଂ ଶେଷକୁ ବୁଝାଯାଇ ପାରିବ ନାହିଁ। କିନ୍ତୁ ଯେତେବେଳେ ଚନ୍ଦ୍ର ପୂର୍ଣ୍ଣ ଭାବେ ପୃଥିବୀର ଉପଛାୟାରେ ଆସିଯିବ,ସେତେବେଳେ ଆମେ ଚନ୍ଦ୍ରର ପ୍ରକାଶରେ ଆସିଥିବା ଅନ୍ତରକୁ ସହଜରେ ଦେଖି ପାରିବେ। ଏହି ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ୧୨.୩୦ରୁ ୧.୩୦ର ସମୟ ଭଲ।

ଚନ୍ଦ୍ର ଗ୍ରହଣକୁ ଲକ୍ଷ୍ନୌ ସମେତ ପୂର୍ବ ଭାରତରେ ଦେଖା ଯାଇ ପାରିବ। ଏହା ବ୍ୟତୀତ ଅଧିକାଂଶ ଏସିଆ,ୟୁରୋପ,ଅଷ୍ଟେଲିଆ,ଆଫ୍ରିକା.ସାଉଥ ଆମେରିକାର ଦେଶ ସମେତ ପ୍ରଶାନ୍ତ ମହାସାଗର,ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାରେ ଦେଖା ଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.