କିଛି ବି କରି ଡିଭୋର୍ସ କରେଇଦିଅ, ଦାସୀ ହୋଇ ତୁମ ସେବା କରିବି… ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି

Published By : Prameya-News7 Bureau | July 22, 2021 IST

ଗଜପତି ୨୨।୭: ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ରହସ୍ୟ ସାମ୍ନାକୁ ଆସିଛି । ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି ହସ୍ତଗତ ହୋଇଛି । ଯାହା ବୟାନ କରୁଛି ବିଦ୍ୟାଭାରତୀ, ସୌମ୍ୟରଞ୍ଜନଙ୍କୁ କେତେ ଘୃଣା କରୁଥିଲେ । ଯେଉଁ ଚିଠିରେ ଲେଖାହୋଇଥିଲା ଭଗବାନ ଶତ୍ରୁକୁ ବି ଏମିତି ଲୋକ ନ ଦିଅନ୍ତୁ । ଏତେ ଦୁଃଖରେ କହିଲି ତଥାପି ମୋ ଆଖି ଲୁହ ଦେଖାଗଲାନି । କିଛି ବି କରିକି ଡିଭୋର୍ସ କରାଇ ଦିଅ ।  ଜୀବନସାରା ତୋ ପାଖରେ ଋଣୀ ହୋଇ ରହିଯିବି।  କିଛି ବି କରିକି ଡିଭୋର୍ସ କରାଇଦିଅ, ସାରା ଜୀବନ ପୁରୀ ମନ୍ଦିରରେ ଯାଇ ଦାସୀ ହୋଇ ସେବା କରିବି ।

ତେବେ ହସ୍ତଗତ ହୋଇଥିବା ଚିଠିଟି ବିଦ୍ୟାଭାରତୀ କେବେ ଲେଖିଥିଲେ ? ସୌମ୍ୟରଞ୍ଜନଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ କି ବିଦ୍ୟାଭାରତୀ ? ଚିଠିରେ କାହା ନାଁ ଉଲ୍ଲେଖ ନାହିଁ ।

ପୂର୍ବରୁ ମଧ୍ୟ ବିଦ୍ୟାଭାରତୀଙ୍କର ଏକ ଚିଠି ସାମ୍ନାକୁ ଆସିଥିଲା । ଯେଉଁଥିରୁ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନ କିଛି ଠିକ୍ ନଥିବା ଜଣାପଡୁଥିଲା । ଉଭୟଙ୍କ ସମ୍ପର୍କ ବି ଭଲ ନଥିଲା ଏବଂ ସେହି ଚିଠିରେ ସେ ସୌମ୍ୟଙ୍କ ସହ ଜୀବନ ବିତାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.