Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ଦିନରେ ପୁଣି ଚଢଉ: ରାଜଧାନୀର ମଧୁ ବିହାରରେ ଥିବା ‘ସ୍ପା’ ସେଣ୍ଟରେ ଚାଲିଥିଲା ଦେହ ବ୍ୟବସାୟ, ଦେଖନ୍ତୁ ଭିଡିଓ

6/09/2019 at 3:34 PM

ନୂଆଦିଲ୍ଲୀ୬|୯: ପୁଣି ପଦାକୁ ଆସିଲା ଏକ ଲଜ୍ଜାଜନକ ଘଟଣା। ସ୍ପା ସେଣ୍ଟର ନାଁରେ ଜାଗା ଜାଗାରେ ଚଳାଉଛନ୍ତି ଦେହ ବ୍ୟବସାୟ।ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଲଗାତର ଦ୍ବିତୀୟ ଦିନରେ ମଧ୍ୟ ଚଢଉ କରି ପୁଣି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି।

ସ୍ବାତୀ ମାଲିଓ୍ବାଲ ଟ୍ବିଟକରି ସେକ୍ସ ରାକେଟ ସଂପର୍କରେ ସୂଚନା ଦେଇଛନ୍ତି।ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦିଲ୍ଲୀର ମଧୁ ବିହାରରେ ଥିବା କ୍ରାଉନ ସ୍ପା ସେଣ୍ଟରେ ସେକ୍ସ କାରବାର ଚାଲିଥିଲା। ଏହି ସ୍ପା ସେଣ୍ଟରେ ଅଚାନକ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ  ଛାତ୍ର-ଛାତ୍ରୀ ଓ ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରା ଯାଇଥିଲା।ସ୍ପା ସେଣ୍ଟର ମ୍ୟାନେଜରଙ୍କୁ ଗିରଫ କରି ସେକ୍ସ ରାକେଟ ସଂପର୍କରେ ପଚରାଉଚାର କରାଯାଇଥିଲା।କ୍ରାଉନ ସ୍ପା ସେଣ୍ଟରେ ସେକ୍ସ ରାକେଟ କାରବାର ଚାଲୁଥିଲା ବୋଲି ସେ ସ୍ବୀକାର କରିଥିଲେ।

ସ୍ପା ସେଣ୍ଟରେ ଥିବା ରୁମ୍‌ରୁ ଆପତ୍ତିଜନକ ଜିନିଷ ଜବତ କରାଯାଇଥିଲା।ଦିଲ୍ଳୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ କହିଛନ୍ତି ଯେ, ସ୍ପା ସେଣ୍ଟରେ ଚାଲିଥିବା ରହସ୍ୟର ପର୍ଦ୍ଦାଫାଶ କରାଯାଇଛି। ହେଲେ ପୋଲିସ ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେହି ସମୟକୁ ଅପେକ୍ଷା କରିବାକୁ ପଡିବ ।ଏହି ଘଟଣା ପରେ ଦିଲ୍ଲୀ ପାଖିପାଖି ଅଞ୍ଚଳରେ ସେକ୍ସ ରାକେଟ୍ କାରବାର ଚାଲୁଥିଲେ ୧୮୧ ନମ୍ବରକୁ କଲକରି ଜଣାଇବା ପାଇଁ ସ୍ବାତୀ  ସମସ୍ତକୁ କହିଛନ୍ତି।

   Related Posts