Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ବିଭିନ୍ନ ଦାବି ନେଇ ରାମ୍‌କୋ ସିମେଣ୍ଟ କାରଖାନା ସମ୍ମୁଖରେ ଅଞ୍ଚଳବାସୀଙ୍କ ଧାରଣା ୨ୟ ଦିନରେ

24/09/2020 at 1:44 PM

ଚଣ୍ଡିଖୋଲ ୨୪।୯: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ଥିବା ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ତିନୋଟି ପଂଚାୟତର ଲୋକଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି ।

ରାମକୋ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ବେଳେ ସ୍ଥାନୀୟ ନିଯୁକ୍ତି ଦେବାରେ ବିଫଳ, ବେଆଇନ ଭାବେ ଜମି ହାତେଇବା, ଭୂତଳ ଜଳ କାରଖାନାରେ ବ୍ୟବହାର ହେଉଥିବାରୁ ସ୍ଥାନୀୟ ଅଂଚଳରେ ପାଣି ସମସ୍ୟା ଦେଖା ଦେଇ ଥିବା ବେଳେ ଏହି ଭଳି ବହୁ ଦାବି ନେଇ ଥାନୁଆଳ, ଆରୁହା, ହରିଦାସପୁର ପଂଚାୟତର ବହୁ ଲୋକେ ଧାରଣାରେ ବସିଛନ୍ତି ।

ବୁଧବାର ରାମକୋ କର୍ତ୍ତୃପକ୍ଷ ଓ ପ୍ରଶାସନ ସହ ଆଲୋଚନା ବିଫଳ ହୋଇଥିବାରୁ ଗୁରୁବାର ମଧ୍ୟ ଧାରଣାରେ ବସିଛନ୍ତି ଲୋକେ । ଦାବି ପୂରଣ ନ ହେଲା ଆଗାମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

   Related Posts