ଆଜି ନବରାତ୍ରୀର ଦ୍ବିତୀୟ ଦିନ: ଜ୍ଞାନର ଦେବୀ ହେଉଛନ୍ତି ମାଆ ବ୍ରହ୍ମଚାରିଣୀ, ବିଦ୍ୟାର୍ଥୀ ପୂଜା କରିବା ଉଚିତ…
30/09/2019 at 12:22 PM

ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ। ମାଆଙ୍କ ଉପସାନା ଅନନ୍ତ ଫଳ ପ୍ରଦାନ କରିଥାଏ। ମାଆଙ୍କୁ ସ୍ମରଣ କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାରରେ ବୃଦ୍ଧି ହେବ। ମାଆଙ୍କ କୃପା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ମାଆ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି କୁହାଯାଏ। ମାଆଙ୍କ ପୂଜା କଲେ ଛାତ୍ର ଛାତ୍ରୀଙ୍କୁ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କୁ ମାଆଙ୍କ ପୂଜାର୍ଚ୍ଚନା ଅବଶ୍ୟ କରିବା ଦରକାର।

ମାଆ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପ୍ରାପ୍ତ କରିବା ପାଇଁ ଘୋର ତପସ୍ୟା କରିଥିଲେ। କଠିନ ତପସ୍ୟା କରିଥିବାରୁ ମାଆ ତପଶ୍ଚାରିଣୀ ଅର୍ଥାତ ବ୍ରହ୍ମଚାରିଣୀ ନାଁରେ ପରିଚିତ। ୧୦୦୦ ବର୍ଷ ଯାଏଁ ମାଆ ଫଳ ଫୁଲ ଖାଇ ନିର୍ଜଳ ରହି ଉପବାସ କରି ତପସ୍ୟା କରିଥିଲେ।

ମାଆଙ୍କ କଥା ଅନୁସାରେ ଜୀବନରେ କଠିନ ସଂଘର୍ଷ କରିବା ସମୟରେ ମଧ୍ୟ ମନ ବିଚଳିତ ହେବା ଅନୁଚିତ୍। ଜୀବନର କଠିନ ସମୟରେ ମାଆ ନିଜ ଭକ୍ତଙ୍କୁ ଆଶୀର୍ବାଦ କରନ୍ତି। ମାଆଙ୍କୁ ତ୍ୟାଗ ଓ ତପସ୍ୟାର ଦେବୀ ବୋଲି କୁହାଯାଏ। କାରଣ ଭଗବାନ ଶିବଙ୍କୁ ନପାଇବା ଯାଏଁ ମାଆ ତପସ୍ୟା କରୁଥିଲେ। ସେହିଭଳି ମଣିଷମାନଙ୍କୁ ମଧ୍ୟ ନିଜ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବା ଜରୁରୀ।