ବ୍ୟାଙ୍କ ଧର୍ମଘଟର ୨ୟ ଦିନ : ଆନ୍ଦୋଳନରେ ଦେଶର ୧୦ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ସର୍ବ ଭାରତୀୟ ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାର ଆଜି ଦ୍ବିତୀୟ ଦିନ । ଜାନୁଆରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ମାନେ ଆଜି ଧର୍ମଘଟ ଯୋଗୁଁ ବ୍ୟାଙ୍କ ଗୁଡିକୁ ବନ୍ଦ ରହିଛି ।

ଏହାସହ ଆସନ୍ତାକାଲି ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ୩ ଦିନ ବ୍ୟାଙ୍କ ବନ୍ଦ ଯୋଗୁଁ ବ୍ୟାଙ୍କ ସେବା ଗୁରୁତର ପ୍ରଭାବିତ ହୋଇଛି । 

ନଭେମ୍ବର ୨୦୧୭ଠାରୁ ୱେଜ ସେଟଲମେଣ୍ଟ, ପେନସନ ଅପଡେଟ, ଫ୍ୟାମିଲି ପେନସନ ଅପଡେଟ,  ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ସମାନ କାମକୁ ସମାନ ଦରମା  ଭଳି  ଦାବିରେ  ସର୍ବ ଭାରତୀୟ ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଜାରି ରହିଛି ।  ୩ଦିନ ବ୍ୟାଙ୍କ ବନ୍ଦ ଯୋଗୁଁ  ଗ୍ରହକମାନେ ହଇରାଣ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.