Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଆଜି ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବର ଦ୍ବିତୀୟ ଦିନ

2/12/2019 at 11:29 AM

କୋଣାର୍କ ୦୨।୧୨: ଆଜି ୩୦ତମ ଅନ୍ତର୍ଜତୀୟ କୋଣାର୍କ ଉତ୍ସବର ଦ୍ବିତୀୟ ଦିନ । ପ୍ରଥମ ସନ୍ଧ୍ୟାକୁ ମନ ଭରି ଉପଭୋଗ କଲେ ରାଜ୍ଯତଥା ରାଜ୍ଯ ବାହାରୁ ଆସିଥିବା ପର୍ଯ୍ୟଟକ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କୋଣାର୍କ ଉତ୍ସବର ଉଦଘାଟନ କରିଥିଲେ । ଏହାପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା ଅନ୍ତର୍ଜାତିକ ବାଲୁକା କଳା ଉତ୍ସବର ଉଦଘାଟନ କରିଥିଲେ ।

୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ । ତେବେ  କୋଣାର୍କ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବନ୍ଦେ ସୂର୍ଯ୍ୟମ୍ । ପରେ ଆଦିତ୍ୟ ନାରାୟଣ ଅର୍ଚ୍ଚନା ହଂସଧୋନୀ ପଲବୀ ସୁଦ୍ଧ ପରିବେଷଣ କରିଥିଲେ । ଶେଷରେ ଭାରତୀ ସ୍ତୋତମ ଓ ବନ୍ଦେ ମାତରମ୍ ଦର୍ଶନକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l ଦ୍ବିତୀୟ ଚରଣରେ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ସମା ଭଟେ ସୂର୍ଯ୍ୟ ବନ୍ଦନା ପ୍ରସ୍ତୁତ କରିଥିଲେ । ସମା ଭଟେ ଓ ସାଥିଗଣ ଚତୁରଙ୍ଗର ସୁଦ୍ଧ ରୁପକୁ ନୃତ୍ୟ ଛନ୍ଦରେ ତୋଳି ଧରିଥିଲେ ।

ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ କରାଯାଇଛି ଆନ୍ତର୍ଜାତିକ ବାଲୁକା କଳା ମୋହୋତ୍ସବ । ଏଥିରେ ୪୧ଟି ଷ୍ଟଲ ରହିଛି । ଭାରତ ସମେତ ୬ଟି ଦେଶର ବାଲୁକା ଶିଳ୍ପୀ ଏଥିରେ  ଭାଗନେଇଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଅର୍କକ୍ଷେତ୍ର କୋଣାର୍କକୁ ଭଳିକି ଭଳି ଆକର୍ଷଣୀୟ ତୋରଣ ଏବଂ ରଙ୍ଗୀନ ଆଲୋକରେ ସଜା ଯାଇଛି ।

   Related Posts