Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଆସନ୍ତା ମାସରେ ଆସିବ ଭ୍ୟାକ୍‌ସିନ୍‌, ରୁଷ୍ ପ୍ରସ୍ତୁତ କରୁଛି ୨ୟ କରୋନା ଟିକା

28/08/2020 at 8:06 AM

ନୂଆଦିଲ୍ଲୀ ୨୮।୦୮:  ସାରାଦେଶରେ କରୋନା ସ୍ଥିତି ସାଙ୍ଗିତିକ ରହିଛି । ତେବେ ବିଶ୍ୱର ଅନେକ ବୈଜ୍ଞାନିକ , ବିଶେଷଜ୍ଞ ଓ ଡାକ୍ତର କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଲାଗିପଡିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ୍‌ କରି ଛାଡି ଅନ୍ୟ କୌଣସି ଦେଶ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି । ଅନେକ ଦେଶ ଭ୍ୟାକ୍‌ସିନ୍‌ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । କିନ୍ତୁ ରୁଷ୍ ତାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୂର୍ବରୁ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିସାରିଛି । କିନ୍ତୁ ରୁଷ୍‌ରେ ଏବେ ଆଉ ଏକ ଖବର ଆସିଛି । ଯାହାକି ଏକ ଶୁଭଖବର ବୋଲି ଆଶା କରାଯାଉଛି ।

କିଛି ଦିନ ତଳେ ରୁଷ୍‌ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବା ଘୋଷଣା କରିଥିଲା । ଏବେ ରୁଷ୍‌ ଆଉ ଏକ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଥିବାର ଘୋଷଣା କରିଛି । ରୁଷ୍‌ ନିଜର ୨ୟ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଛି ବୋଲି ଘୋଷଣା କରିଛି । ଖୁବଶୀଘ୍ର ଏହି ଭ୍ୟାକ୍‌ସିନ ପ୍ରସ୍ତୁତ ହୋଇଯିବ ବୋଲି ରୁଷ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ କରୋନାର ୨ୟ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇଯିବ । ସେପ୍ଟେମ୍ବର ପର୍ଯ୍ୟନ୍ତ ଆମ ଦେଶରେ ୨ଟି କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ହୋଇଯିବ ବୋଲି ପୁଟିନ୍‌ କହିଛନ୍ତି । ତେବେ ରୁଷ୍‌ର  ଏହି ୨ୟ ଟିକାକୁ ନୋଭୋସିବିରସ୍କର ପ୍ରସିଦ୍ଧ ଭେକ୍ଟର ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଛି |

ରାଷ୍ଟ୍ରପତି ପୁଟିନ୍‌ ଏହା ମଧ୍ୟ କହିଛନ୍ତି ଯେ,  କରୋନା ମହାମାରୀକୁ ରୋକିବା ପାଇଁ ଉଭୟ ଟିକା ମଧ୍ୟରେ ପ୍ରତିଯୋଗିତ ହେବ । ପ୍ରଥମ ଟିକା ଠାରୁ ୨ୟ ଟିକା ବହୁ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି । ସୋଭିଏତ୍ ଜୈବିକ ଅସ୍ତ୍ର ଅନୁସନ୍ଧାନ ପ୍ଲାଣ୍ଟ ଏବଂ ଭେକ୍ଟର ଅନୁସନ୍ଧାନ କେନ୍ଦ୍ର ମିଳିତ ଭାବେ କରୋନା ଭାଇରସ ନେଇ ୧୩ଟି ଟିକା ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଥମେ ପଶୁମାନଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା । ଭେକ୍ଟର ରିସର୍ଚ୍ଚ ସେଣ୍ଟର ସହିତ ମିଳିତ ଭାବରେ ଉଦୌଗିକ ସ୍ତରରେ ଅନେକ ଟିକା ପୂର୍ବରୁ ପ୍ରସ୍ତୁତ ହୋଇଛି  ।  ଗତ କିଛି ବର୍ଷ ହେଲା , ରୁଷ୍ ଏହି ଅନୁଷ୍ଠାନ ସହାୟତାରେ ବବୁନିକ୍ ପ୍ଲେଗ୍, ଇବୋଲା, ହେପାଟାଇଟିସ୍-ବି, ଏଚ୍.ଆଇ.ଭି, ସାର୍‌ସ ଏବଂ କର୍କଟ ରୋଗର ଆଣ୍ଟିଡୋଜ୍ ପ୍ରସ୍ତୁତ କରିଛି ।

ରୁଷ୍‌ ଏହା ମଧ୍ୟ କହିଛନ୍ତି ଯେ,  ପ୍ରଥମ ଭ୍ୟାକ୍‌ସିନ୍‌ରେ ଯାହା ସାଇଡ୍‌ ଇଫେକ୍ଟ ଆସୁଥିଲା, ତାବା ୨ୟ ଭ୍ୟାକ୍‌ସିନ୍‌ରେ ଆସିବ ନାହିଁ । ୨ୟ ଟିକା ଲଗାଇବା ଦ୍ୱାରା କୌଣସି ପ୍ରକାରର ସାଇଡ୍‌ ଇଫେକ୍ଟ ଆସିବ ନାହିଁ । ରୁଷ୍‌ର ପ୍ରଥମ ଭ୍ୟାକ୍‌ସିନ୍‌ର ନାମ Sputnik-V ଥିବାବେଳେ , ୨ୟ ଭ୍ୟାକ୍‌ସିନ୍‌ର ନାମ EpiVacCorona ରଖାଯାଇଛି ।  

ଏହାପୂର୍ବରୁ ରୁଷ୍‌ ବୈଜ୍ଞାନିକମାନେ ଦାବି କରିଥିଲେ ଯେ, EpiVacCorona ଭ୍ୟାକ୍‌ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ସେପ୍ଟେମ୍ବର ମାସରେ ଶେଷ ହେବ । କିନ୍ତୁ ଯେଉଁ ୫୭ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଭ୍ୟାକ୍‌ସିନ୍‌ ପରୀକ୍ଷଣ ହୋଇଥିଲା । ସେମାନଙ୍କ ନିକଟରେ କୌଣସି ପ୍ରକାର ସାଇଡ଼ ଇଫେକ୍ଟ ଥିବାର ଜଣାପଡିନଥିଲା । ସମସ୍ତ ସ୍ୱେଚ୍ଛାସେବି ସ୍ୱାସ୍ଥ୍ୟ ଓ ଭଲ ଅନୁଭୁବ କରୁଛନ୍ତି ।

   Related Posts