Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦ୍ଵିତୀୟ କରୋନା ଭ୍ୟାକସିନ୍‌ର ମାନବ ପରୀକ୍ଷଣ ଆରମ୍ଭ, ସଫଳ ହେଲେ ବହୁ ଶସ୍ତାରେ ମିଳିବ ଟୀକା

15/06/2020 at 9:20 PM

ବ୍ରିଟେନ୍ ୧୫।୦୬: ମହାମାରୀ କରୋନା ଭାଇରସ୍‌ ପୂରା ଦୁନିଆରେ ଆତଙ୍କ ମଚାଇ ରଖିଛି। ସଂପ୍ରତି କିଛି ଦେଶରେ ସଂକ୍ରମିତ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆଉ କିଛି ଦେଶରେ ଏହା ଭୟାବହ  ରୂପ ନେଉଛି। ପୂରା ବିଶ୍ଵର ବୈଜ୍ଞାନିକ କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏହି ଦିଗରେ ବ୍ରିଟେନ୍ ଆଉ ପାଦେ ଆଗେଇଛି। ବ୍ରିଟେନରେ ବୁଧବାର ଦ୍ୱିତୀୟ କରୋନା ଭ୍ୟାକସିନ୍‌ର ହ୍ୟୁମାନ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଯଦି ଏହା ସଫଳ ହୁଏ ତେବେ ଏହା  ୩ ପାଉଣ୍ଡ ଅର୍ଥାତ୍ ୨୮୫ ଟଙ୍କାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଫଳରେ ଆଉ କରୋନା ଭୟ ରହିବ ନାହିଁ।

ଇମ୍ପେରିଆଲ କଲେଜ୍‌ ଲଣ୍ଡନର ବୈଜ୍ଞାନିକ ମାନେ ଆଶା କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ମାନବ ପରୀକ୍ଷଣର ମଞ୍ଜୁରୀ ମିଳିପାରେ। ଏହାର ପରୀକ୍ଷଣ କରାଯିବ ଯେ, ଟୀକା କେତେ ସୁରକ୍ଷିତ। ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଠିକ୍‌ ୪୮ ଘଣ୍ଟା ପରେ ପ୍ରଥମେ ୧୨୦ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭ୍ୟାସକସିନ୍‌ ଦିଆଯିବ।

ଭ୍ୟାକସିନ ବିକଶିତ ଦାୟିତ୍ଵରେ ଥିବା ପ୍ରଫେସର ରବିନ୍‌ ଶଟ୍ଟକ କହିଛନ୍ତି ଏହା ସଫଳ  ହେଲେ  ଏହାକୁ ଯଥା ସମ୍ଭବ ଶସ୍ତା ଦରରେ ସମସ୍ତଙ୍କୁ ଦେବାକୁ ପ୍ରୟାସ କରାଯିବ। ଏହା ଦ୍ଵାରା ସମୁଦାୟ ବ୍ରିଟିଶ ଲୋକ ଏହି ଭ୍ୟାକସିନକୁ ୨୦୦ ମିଲିୟନ ପାଉଣ୍ଡରେ କିଣି ପାରିବେ।

ଯଦି ଏହି ପରୀକ୍ଷଣ ଚଳିତ ସପ୍ତାହରେ ଆରମ୍ଭ ହୁଏ , ଏହା ଦ୍ୱିତୀୟ ସଫଳତା ହେବ। କିନ୍ତୁ ପ୍ରଫେସର ଶଟ୍ଟକ୍‌ କହିଛନ୍ତି , ଯଦି ସବୁକିଛି ଯୋଜନା ମୁତାବକ ହୁଏ ତଥାପି ଏହି ଭ୍ୟାକସିନ ବାଜରକୁ ଆସିବାକୁ ୨୦୨୧ ଲାଗିଯିବ। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ ପ୍ରଥମ  ଭ୍ୟାକସିନ କ୍ଲିନିକାଲ ଟ୍ରାଏଲକୁ ଯିବ ଏବଂ ସରକାର ଆଶା କରୁଛନ୍ତି କି ଏହା  ଚଳିତ ବର୍ଷ ସେପ୍ଚେମ୍ୱର ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

   Related Posts