Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନୂଆପଡା ଜିଲ୍ଲାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ, ସଂପୃକ୍ତ ଅଞ୍ଚଳକୁ ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

27/05/2020 at 9:10 AM

ନୂଆପଡା ୨୭।୫: ନୂଆପଡା ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ସଦର ନୂଆପଡା ଏନଏସି ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କ ବୟସ ହେଉଛି ୨୨ ବର୍ଷ । ସେ ଗତ ୧୫ ତାରିଖରେ ମୁମ୍ବାଇରୁ ଫେରିଥିଲେ । ସେହିଦିନଠାରୁ ସେ ଏନଏସି ତରଫରୁ ହୋଇଥିବା କଲ୍ୟାଣ ମଣ୍ଡପ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲା ।

ଗତ ୨୨ ତାରିଖରେ ୫ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ବେଳେ ଜଣଙ୍କ ପଜିଟିଭ୍ ଓ ଅନ୍ୟ ୪ ଜଣଙ୍କ ନେଗେଟିଭ ଆସିଛି । ଫଳରେ ବର୍ତ୍ତମାନ ସେହି ଅଞ୍ଚଳକୁ ୪୮ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ।

   Related Posts