ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍, ଆକ୍ରାନ୍ତ ଜଣଙ୍କ ମୁମ୍ବାଇରୁ ଫେରିଥିଲେ

Published By : Prameya-News7 Bureau | May 28, 2020 IST

ବରଗଡ ୨୮।୫: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟର ୨୯ ଜିଲ୍ଲାରେ ବ୍ୟାପି ସାରିଲାଣି କରୋନା ଭାଇରସ୍ । ରାୟଗଡା ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାଗୁଡିକରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବରଗଡ ଜିଲ୍ଲାରେ ପୂର୍ବରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ବରଗଡ ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ଆକ୍ରାନ୍ତ ଜଣଙ୍କ ବରପାଲି ବ୍ଲକ୍ ର ବୋଲି ଜଣାପଡିଛି । ତାଙ୍କ ବୟସ ୪୦ ବର୍ଷ । ସେ ନିକଟରେ ମୁମ୍ବାଇରୁ ଫେରିଥିଲେ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

wp:html /wp:html

ତେବେ ଏହାକୁ ମିଶାଇ ବରଗଡ ଜିଲ୍ଲାରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କେହି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.