ଭାରତର ଚାପରେ ମୁଣ୍ଡ ନୁଆଇଁଲା ପାକିସ୍ତାନ, କୂଳଭୁଷଣଙ୍କୁ କନସ୍ୟୁଲାର୍ ଆକସେସ୍ ଦେବାକୁ ରାଜି ହେଲା ପାକ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ, ୧୬|୦୭:   ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ନୌସେନା ଅଧିକାରୀ କୂଳଭୁଷଣ ଯାଧବଙ୍କୁ କନସ୍ୟୁଲାର୍ ଆକସେସ୍ ଦେବାକୁ ଭାରତର ଦାବିକୁ ପାକିସ୍ତାନ ମାନିନେଇଛି । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୂଳଭୁଷଣଙ୍କୁ ଭାରତ ବିନା କୌଣସି ସର୍ତ୍ତରେ କନସ୍ୟୁଲାର୍ ଆକସେସ୍ ଦେବାକୁ ଦାବି କରିଥିଲା । ଏବେ ପାକିସ୍ତାନ ସ୍ଥାତ ଭାରତୀୟ ଦୂତାବାସର ୨ ଅଧିକାରୀ ଯାଧବଙ୍କୁ ଭେଟିବେ । ଗୁରୁବାର ସେମାନେ ଯାଧବଙ୍କୁ ଭେଟିବାକୁ ଯାଇଛନ୍ତି ।

ଅନୁମତି ମିଳିବା ପରେ ୨ ଭାରତୀୟ ଅଧିକାରୀ ଯାଧବଙ୍କୁ ଭେଟିଛନ୍ତି । ତେବେ କେଉଁଠି ଏହି ସାକ୍ଷାତକାର ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ଯାଧବ ଯେଉଁଠି ଅଛନ୍ତି ତାକୁ ସବ୍ ଜେଲ୍ ଘୋଷିତ କରାଯାଇଛି । ଭାରତୀୟ ଅଧିକାରୀଙ୍କ ଗାଡି ପାକ୍ ବୈଦେଶିକ ମନ୍ତ୍ରାଳୟ ଅଫିସରେ ପାର୍କିଂ ହୋଇଛି । ତାଙ୍କୁ ଗୈରବ ଆଲୁଓ୍ୱାଲିଆ ଓ ଚେରୁଙ୍ଗ ଜେଲିୟାଙ୍ଗ ଭେଟିଛନ୍ତି ।

ପାକିସ୍ତାନ ଆଜି କୂଳଭୁଷଣଙ୍କୁ ଦ୍ୱିତୀୟ କନସ୍ୟୁଲାର୍ ଆକସେସ୍ ଦେବାକୁ ରାଜି ହୋଇଥିଲା । ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନ ଉପରେ ପ୍ରବଳ ଚାପ ପକାଯାଇଥିଲା । ବିସିଆରସି ୧୯୬୩ ଆଧାରରେ ଏହି କନସ୍ୟୁଲାର୍ ଆକସେସ୍ ଦିଆଯାଇଛି । ଏହାପୂର୍ବରୁ ୨୦୧୯, ସେପ୍ଟେମ୍ବର ୨ରେ ପ୍ରଥମ କନସ୍ୟୁଲାର୍ ଆକସେସ୍ ପ୍ରଦାନ କରାଯାଇଥିଲା । ସେତେବେଳେ ଯାଧବଙ୍କ ମାଆ ଓ ପତ୍ନୀ ତାଙ୍କୁ ଭେଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.