କରୋନା ସମୟରେ RBIଙ୍କ ଦ୍ୱିତୀୟ ବୁଷ୍ଟର, ଜାଣନ୍ତୁ କ’ଣ ମିଳିବ ଲାଭ

Published By : Prameya-News7 Bureau | April 17, 2020 IST

ମୁମ୍ବାଇ ୧୭।୪:  କରୋନା ଜନିତ ପରିସ୍ଥିତିରୁ ଦେଶ ଓ ଅର୍ଥ ବ୍ୟବସ୍ଥାକୁ ଯଥାଶୀଘ୍ର ମୁକାଳିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ଶୁକ୍ରବାର ଅନେକ ଉପସମ  ପଦକ୍ଷେପ ଘୋଷଣା କରିଛନ୍ତି।  ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୋଟିଏ ପଟେ ଅର୍ଥବ୍ୟବସ୍ଥାରେ ଅଧିକରୁ ଅଧିକ ଅର୍ଥଲଗାଣ ପାଇଁ ବ୍ୟାଙ୍କମାନଙ୍କ ରେପୋ ହାର ହ୍ରାସ କରିଥିବା ବେଳେ ଆଉ ଗୋଟିଏପଟେ ମାଇକ୍ରୋଫାଇନାନ୍ସ କମ୍ପାନୀ ଓ ଏନବିଏଫସିଙ୍କୁ ସହଜରେ ପାଣ୍ଠି ଉପଲବ୍ଧ କରାଇବାକୁ ଟାର୍ଗେଟେଡ ଲଙ୍ଗ ଟର୍ମ ରେପୋ ଅପରେସନ (ଟିଏଲଟିଆରଓ) ୨.୦ ଘୋଷଣା କରିଛନ୍ତି।

{"id":255640,"sizeSlug":"large"}

ଏହା ପୂର୍ବରୁ ଆରବିଆଇ ଗତ ମାର୍ଚ୍ଚ ୨୭ ତାରିଖରେ ଅର୍ଥବ୍ୟବସ୍ଥା ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିରେ ଅର୍ଥନୀତିକୁ ୩.୭୪ଲକ୍ଷ କୋଟି ଟଙ୍କାର ଲିକ୍ୱଡିଟି ବୁଷ୍ଟର ଦେଇଥିଲେ। ତେବେ ଆରବିଆଇ ଗଭର୍ଣ୍ଣର ଶୁକ୍ରବାର ଅଚାନକ ସାମ୍ବାଦିକ ସମ୍ମିଳନୀ କରି ଅର୍ଥବ୍ୟବସ୍ଥା ସହ ଜଡିତ ସମୂହଙ୍କ ଲାଗି ସହଜ ଋଣ ଉପଲବ୍ଧ କରିବା ଏବେ ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି। ଏଣୁ ଟିଏଲଟିଆରଓରେ ଲିକ୍ୱିଡିଟି ପରିଚାଳନା ନିମନ୍ତେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି।

{"id":255641,"sizeSlug":"large"}

ଆରବିଆଇ ଏଥିରେ ଗ୍ରାମୀଣ କ୍ଷେତ୍ର ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରିଛନ୍ତି। ଆରବିଆଇଙ୍କ ବ୍ୟବସ୍ଥା ଅନୁସାରେ ନାବାର୍ଡ ଲାଗି ୨୫ ହଜାର, ସିଡବି ଲାଗି ୧୫ ହଜାର ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଲାଗି ୧୦ ହଜାର କୋଟି ଟଙ୍କାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ନାବାର୍ଡ ତାଙ୍କ ଅର୍ଥରେ ଗ୍ରାମ୍ୟ ଓ କୋ-ଅପରେଟିଭ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନଙ୍କୁ ଆର୍ଥିକ ସହାୟତା କରିବେ। ସେହିପରି ସିଡବି କ୍ଷୁଦ୍ର ଉଦ୍ୟୋଗଙ୍କୁ ସହାୟତା କରିବେ। ତେବେ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଲାଗି ୧୦ ହଜାର କୋଟି ଟଙ୍କା ଘୋଷଣା କରି ଆରବିଆଇ ଆଗାମୀ ଦିନରେ ଦେଶରେ ନିର୍ମାଣ ଗତିବିଧିରେ ରୋକ ଲାଗିବ ନାହିଁ ବୋଲି ସୂଚାଇ ଦେଇଛନ୍ତି।

{"id":255642,"sizeSlug":"large"}

ରେପୋ ରେଟ୍ ସୁଧାର ଯୋଗୁ ଏବେ ବ୍ୟାଙ୍କମାନେ ଅଧିକ ଋଣ ଦେଇପାରିବେ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ବ୍ୟାଙ୍କମାନେ ଗତ ଏପ୍ରିଲ ୧୫ ତାରିଖ ସୁଦ୍ଧା ଆରବିଆଇଙ୍କ ନିକଟରେ ୬.୯ ଲକ୍ଷ କୋଟି ଟଙ୍କା ଜମା କରିଥିଲେ। ଏବେ ଆରବିଆଇ ବ୍ୟାଙ୍କମାନଙ୍କୁ ସେମାନଙ୍କର ଏହି ଅର୍ଥ ଜମା କରିବା ବଦଳେ ଋଣ ଗ୍ରହୀତାଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି। ଖାସ ଏଥିଲାଗି ରିଭର୍ସ ରେପୋରେଟ୍‌କୁ ୦.୨୫ ପ୍ରତିଶତକୁ ହ୍ରାସ କରି ୩.୭୫ ପ୍ରତିଶତ କରିଦେଇଛନ୍ତି।

{"id":255643,"width":580,"height":327,"sizeSlug":"large"}

ରାଜ୍ୟସରକାରଙ୍କ କରୋନା ସଂକଟରେ ମିଳିବ ବଡ ଆଶ୍ୱସ୍ତି। ଆରବିଆଇଙ୍କ ନିଷ୍ପତ୍ତି ଯୋଗୁ ଯେଉଁରାଜ୍ୟଙ୍କ ରାଜସ୍ୱ ହ୍ରାସ ହେଉଛି ସେମାନଙ୍କ ଲାଗି ୱେଜ ଏଣ୍ଡ ମିନ୍ସ ଆଡଭାନ୍ସକୁ ୩୦ ପ୍ରତିଶତ ବୃଦ୍ଧି କରି ୬୦ ପ୍ରତିଶତରେ ପହଞ୍ଚାଇଦେଇଛନ୍ତି। ଫଲରେ ରାଜ୍ୟମାନେ କରୋନା ଜନିତ ପରିସ୍ଥିତିରେ ସମ୍ମୁଖୀନ  ହେବାକୁ ଥିବା ସଂକଟରୁ ରାଜ୍ୟବାସୀଙ୍କୁ ରକ୍ଷାକରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.