Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଶକ୍ତିଶାଳୀ ହେଉଛି ବାୟୁସେନା, ବ୍ରେକ୍‌ ନନେଇ ସିଧା ଫ୍ରାନ୍ସରୁ ଭାରତରେ ପହଞ୍ଚିଲା ଆଉ ୩ ରାଫେଲ୍‌

4/11/2020 at 10:24 PM

ନୂଆଦିଲ୍ଲୀ ୪/୧୧:  କରୋନା କାଳରେ ବି ବୃଦ୍ଧି ପାଉଛି ଭାରତୀୟ ବାୟୁସେନା ଶକ୍ତି। ବୁଧବାର ପୁଣି ୩ ରାଫେଲ ବିମାନ ଭାରତରେ ପହଞ୍ଚିଛି। ଫ୍ରାନ୍ସରୁ ସିଧାସଳଖ ଭାରତରେ ପହଞ୍ଚିଛି ଆଉ ୩ ରାଫେଲ୍‌ ଜେଟ୍‌। ଆଜି ରାତି ୮.୧୪ରେ ଫ୍ରାନ୍ସରୁ ଆସିଥିବା ଦ୍ବିତୀୟ ଚରଣର ୩ ରାଫେଲ ଫାଇଟର ବିମାନ ଭାରତରେ ପହଞ୍ଚିଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ, ଯେ ୩ଟି ରାଫେଲ ବିମାନ ସିଧାସଳଖ ଭାରତ ପହଞ୍ଚିବ। ପ୍ରଥମେ ଜାମନଗରରେ ପହଞ୍ଚିବା ପରେ ଗୋଟିଏ ଦିନ ପରେ ଅମ୍ବଲା ଏୟାରବେସ୍‌ରେ ଲ୍ୟାଣ୍ଡ କରିବ।

ଏହା ପୂର୍ବରୁ ପ୍ରଥମ ଚରଣରେ ୫ ରାଫେଲ ବିମାନ ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା। କିନ୍ତୁ ଅମ୍ବାଲା ପହଞ୍ଚିବା ପୂର୍ବରୁ ପ୍ରଥମେ ଆବୁଧାବିର ଅଲ ଡାଫ୍ରା ଏୟାରପୋର୍ଟରେ ଅଟକିଥିଲା ରାଫେଲ୍‌ ବିମାନ। ଭାରତ ପହଞ୍ଚିବା ପରେ ବାୟୁସେନାରେ ସେପ୍ଟେମ୍ବର ୧୦ରେ ସାମିଲ ହୋଇଥିଲା ୫ ରାଫେଲ ଫାଇଟର ଜେଟ୍‌। ସେପଟେ ୨ ମାସରେ ୩-୪ ରାଫେଲ ବିମାନ ଏୟାରଫୋର୍ସରେ ସାମିଲ ହେବାକୁ ଥିବା ବେଳେ ସମସ୍ତ ଫାଇଟର ଜେଟ୍‌ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତ ପହଞ୍ଚିଯିବ ବୋଲି ଆଶା ପ୍ରକଟ କରିଛି ଭାରତୀୟ ବାୟୁସେନା।

ଜୁନ ୧୯୯୭ରେ ରସିଆନ୍‌ ସୁଖୋଇ ୩୦ ପରେ ଭାରତ ୨୩ ବର୍ଷ ପରେ ବିଦେଶୀ ଫାଇଟର ଜେଟ୍‌ ରାଫେଲ୍‌କୁ ଏୟାରଫୋର୍ସରେ ମୁତୟନ କରିଛି। ଚୀନ, ପାକିସ୍ତାନ ଭଳି ଦେଶଗୁଡ଼ିକ ସହ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ରାଫେଲ ବିମାନ ଆଇଏଏଫ୍‌କୁ ଶକ୍ତିଶାଳୀ କରିବ।

   Related Posts