ପାରାଦୀପ ଓଏସଏଲ କାର୍ଯ୍ୟ।ଳୟ ସମୁଖରେ ୧୪୪ ଧାରା ଜାରି
30/08/2018 at 12:46 AM

ପାରାଦୀପ ୩୦/୮ : ପାରାଦୀପ ଓଏସଏଲ କାର୍ଯ୍ୟ।ଳୟ ସମୁଖରେ ୧୪୪ ଧାରା ଜାରି । ଗତ ୨୬ ତାରିଖରୁ ପୁନଃ ନିଯୁକ୍ତି ଦାବିନେଇ ଓଏସଏଲର ଛଟେଇ ଶ୍ରମିକମାନେ ଧାରଣାରେ ବସିଥିବାବଳେ ପ୍ରଶାସନ ପକ୍ଷରୁ କାର୍ଯ୍ୟ।ଳୟ ସମୁଖରେ ୧୪୪ ଧାରା ଜାରି କରିଥିବା ଜଣାପଡିଛି । ଗତ ୨୬ ତାରିଖରୁ ଶ୍ରମିକାମାନେ ଧାରଣାରେ ବସିଥିବାବଳେ ଗତ ୨୭ ତାରିଖଦିନ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଆଲୋଚନା ପାଇଁ ଦୁଇଦୁଇ ଥର ବୈଠକ ବସିଥିଲା କିନ୍ତୁ ଏନେଇ କୌଣସି ସୁଫଳ ନମିଳିବାରୁ ସାଧାରଣ ଧାରଣା ଅହୋରାତ୍ର ଗଣଧାରଣାରେ ପରିଣତ ହୋଇଥିଲା । ତବେ ପ୍ରଶାସନ ପକ୍ଷରୁ ଓଏସଏଲ କାର୍ଯ୍ୟ।ଳୟ ସମୁଖରେ ୧୪୪ ଧାରା ଜାରି କରିବାସହ ଘଟଣାସ୍ଥଳରେ ପହଚିଂ ଧାରଣାକାରୀଙ୍କୁ ୧୪୪ ନୋଟିସ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ଧାରଣାକାରୀ ନୋଟିସ ଗ୍ରହଣ କରିନଥିବାବଳେ ନିଜର ପେଟପାଟଣା ପାଇଁ ଗତ ୨୧ ତାରିଖରୁ ଚାଲିଥିବା ଏହି ସଂଗ୍ରାମ ସେହିପରି ଚାଲୁରହିବ ଯେ ପର୍ଯ୍ୟନ୍ତ ବିନାକାରଣରେ ଛଟେଇ ହୋଇଥିବା ଶ୍ରମିକଙ୍କୁ ଓଏସଏଲ କମ୍ପାନୀ ପୁନଃ ନିଯୁକ୍ତି ନଦେଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବବୋଲି ଶ୍ରମିକ ନେତା ଅଭୟ ସାହୁ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହା ବେଆଇନ ବୋଲି ଓଏସଏଲ ପକ୍ଷରୁ କୁହାଯାଇଛି । ଏପରିକି କ୍ୟାରିକୁ ଛଟେଇ କରାଯାଇନି କେବଳ ୧୫ ଜଣଙ୍କ ବିରୁଦ୍ଧରେ ଏହା ଏକ ଶୃଙ୍ଖଳାଗତ କାର୍ଯ୍ୟ।ନୁଷ୍ଟାନ ବୋଲି ଓଏସଏଲ କମ୍ପାନୀର ଉପ ସଭାପତି ପ୍ରଫୁଲ ପଣ୍ଡା କହିଛନ୍ତି । ତେବେ ଗୋଟିଏ ପଟେ ଧାରଣାରେ ବସି ରହିଥିବା ବେଳେପ୍ରଶାସନ କାହା ପ୍ରରୋଚନାରେ ଧାରଣା ସ୍ଥଳରେ ୧୪୪ ଧାରା ଜାରି କରିଛନ୍ତି ସନେଇ ସାଧରଣରେ ଚର୍ଚ୍ଚାଜୋର ଧରିଛି ।