ପର୍ଣ୍ଣ କେସ୍‌ରେ ଫସିଥିବା ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ସେବିର ଝଟକା, ଲାଗିଲା ଏତେ ଟଙ୍କାର ଜରିମାନା

Published By : Prameya-News7 Bureau | July 28, 2021 IST

ମୁମ୍ବାଇ ୨୮।୦୭: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ବିବାଦରେ ଫସିଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜକୁନ୍ଦ୍ରାଙ୍କ ଉପରେ ଏବେ ପଡିଛି ସେବିର ଛାଟ। ସେବି (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ କମ୍ପାନୀ ଭିଆନ ଇଣ୍ଡଷ୍ଟ୍ରୀଜ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଆଧାରରେ ଏହି ଜରିମାନା ଲଗାଯାଇଛି।

ନିଜ ନିଷ୍ପତ୍ତିରେ ବଜାର ନିୟାମକ କହିଛି ଯେ, ସେ ୨୦୧୩ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ୨୩ ଅବଧି ସମୟରେ ଭିଏନା ଇଣ୍ଡଷ୍ଟ୍ରିର (ପୂର୍ବେ ଯାହା ହିନ୍ଦୁସ୍ତାନ ସେଫ୍‌ଟି ଗ୍ଲାସ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ନାମରେ ଥିଲା) କାରବାରର ଯାଞ୍ଚ କରାଯାଇଥିଲା। ଏହି ଅବଧି ବେଳେ ଜଣା ପଡିଛି ଯେ, ରାଜ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ  ଓ ଭିଏନା ଇଣ୍ଡଷ୍ଟ୍ରିଜ ସେବିର ବିନିମୟମ ନିୟମର ଉଲ୍ଲଂଘନ କରିଥିଲେ। ଏହି କାରଣରୁ ସେମାନଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।

ଏହା ପୂର୍ବରୁ ମୁମ୍ବାଇର ଏକ ଅଦାଲତ ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ କରିବା ଏବଂ ଏହାକୁ ଆପ୍ସ ଜରିଆରେ ପ୍ରସାରିତ କରିବା ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ରାଜ କୁନ୍ଦ୍ରାଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର ଅପରାଧ ଶାଖା ଜୁଲାଇ ୧୯ରେ ଗିରଫ କରିଥିଲା। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ସମ୍ବନ୍ଧିତ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.