ଆଖଣ୍ଡଳମଣି ମନ୍ଦିରରେ ସେବାୟତଙ୍କୁ ଏସିଡ୍ ମାଡ ଘଟଣାରେ ୫ ଗିରଫ

Published By : Prameya-News7 Bureau | June 22, 2018 IST

ଭଦ୍ରକ ଆରଡିର ଆଖଣ୍ଡଳମଣି ମନ୍ଦିରରେ ସେବାୟତଙ୍କୁ ଏସିଡ୍ ମାଡ ଘଟଣାରେ ୫ ଗିରଫ । ୨ ଜଣଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ ଅନ୍ୟ ୩ ଜଣ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ପୋଲିସ ଏମାନଙ୍କୁ ଜଗି ରହିଛି । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ । ଗିରଫ ୫ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ପାଢୀ, ଚନ୍ଦ୍ରକାନ୍ତ ପାଢୀ, ମୃତ୍ୟୁଞ୍ଜୟ ପାଢୀ, ସଂଜୟ ପାଢୀ ଓ ଶଶି ଭୂଷଣ ପାଢୀ । ସୂର୍ଯ୍ୟମଣି ପାଢ଼ୀ ଓ ମୃତ୍ୟୁଞ୍ଜୟ ପାଢ଼ୀଙ୍କୁ ଧୁସୁରୀ ପୋଲିସ ଗିରଫ କରିଛି । ସେବାପୂଜାକୁ ନେଇ ସେବାୟତଙ୍କ ଗୋଷ୍ଠୀ ମଧ୍ୟରେ ଏସିଡ୍ ମାଡ ହୋଇଛି । ଏଥିରେ ୮ ଜଣ ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ଛାଡ଼ି ଦିଆଯାଇଛି । ଅନ୍ୟମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.