କଶ୍ମୀର ରାଜୌରୀଠାରେ ସର୍ଚ୍ଚ ଅପରେସନ୍ ଜୋରଦାର, ମୁଖ୍ୟ ରାସ୍ତା ବନ୍ଦ

Published By : Prameya-News7 Bureau | November 07, 2021 IST

ଶ୍ରୀନଗର ୦୭/୧୧: ଜାମ୍ମୁ କାଶ୍ମୀର ରାଜୌରୀକୁ ଥାନାମଣ୍ଡି ସହିତ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଶନିବାର ବନ୍ଦ କରାଯାଇଛି । ଏହି ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀକୁ ଖୋଜିବା ପାଇଁ କିଛି ସମୟ ପାଇଁ ସୁରକ୍ଷାକର୍ମୀମାନେ ରାସ୍ତା ବନ୍ଦ କରିଥିବା ଜଣାପଡ଼ିଛି । ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାରେ ଗମନାଗମନ ଉପରେ ରୋକ ଲାଗିଛି ।

ଏନେଇ ସୁରକ୍ଷା କର୍ମୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ପୁଞ୍ଚ ଜିଲ୍ଲାର ସୁରନକୋଟ ଓ ମେନ୍ଦର ଜଙ୍ଗଲ ଏବଂ ରାଜୌରୀ ଜିଲ୍ଲାର ଥାନାମାଣ୍ଡିରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଶନିବାର ୨୭ ଦିନରେ ପହଞ୍ଚିଛି । ରାସ୍ତା ବନ୍ଦ ନେଇ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ପୁଞ୍ଚ- ରାଜୌରୀ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଚାଲିଥିଲା ।

ଏତିକି ବେଳେ ସକାଳେ ମୋଗଲ ରୋଡରେ ଥିବା ଖବଲାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ ।
ଏହାପରେ ଖବଲାର ଜଙ୍ଗଲ ଅଞ୍ଚଳରେ ସେନା ଓ ପୁଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ ମଧ୍ୟ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ବୋଲି ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ ଅପରେସନ୍ ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ରାଜୌରୀ-ଥାନାମାଣ୍ଡି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ସୂଚନା ଅନୁସାରେ, ଏହାପୂର୍ବରୁ ଅକ୍ଟୋବର ୧୧ରେ ସୁରାନକୋଟ ଜଙ୍ଗଲରେ ଓ ଅକ୍ଟୋବର ୧୪ରେ ମେଘର ଜଙ୍ଗଲରେ ସର୍ଚ୍ଚ ଅପରେସନର ପ୍ରଥମ ଦିନରେ ଆତଙ୍କବାଦୀଙ୍କ ସହ ଦୁଇଟି ପୃଥକ ଏନକାଉଣ୍ଟରରେ ଦୁଇଜଣ ଜୁନିଅର କମିଶନ ଅଫିସର (ଜେସିଓ) ଙ୍କ ସମେତ ନଅ ଜଣ ସେନା କର୍ମଚାରୀ ସହିଦ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.