ନକ୍ସଲଙ୍କ ସିକ୍ରେଟ ପ୍ଲାନ୍ ଫେଲ୍, ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | December 20, 2020 IST

ମାଲକାନଗିରି ୨୦।୧୨: ଆସନ୍ତାକାଲି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ହେଲେ ବନ୍ଦ ଡାକରାର ଦିନକ ପୂର୍ବରୁ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ ।

ସ୍ୱାଭିମାନ ଅଞ୍ଚଳର ଡାଇକ-୩ ନିକଟରେ ବିଏସ୍ଏଫ୍ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଯବାନ । ଏହାପରେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରି ଦେଇଛନ୍ତି ବିଏସ୍ଏଫ୍ ଯବାନ। ବିଏସ୍ଏଫ୍ ଯବାନ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ମାଇନ୍ସ ଡିଟେକ୍ଟର ଦ୍ୱାରା ଯାଞ୍ଚ ବେଳେ ଏହା ଜାଣିବାକୁ ପାଇଥିଲେ ଯବାନ । ପରେ ଯବାନ ମାନେ ଏହାକୁ ଅତି ସତର୍କତାର ସହ ମାଟି ତଳୁ ବାହାର କରି ନିଷ୍କ୍ରିୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.