ନଦୀ ଭିତରକୁ କଲେଜ୍‌ ଛାତ୍ରୀ ଡେଇଁବା ଘଟଣା - ମିଳିଲା ନାହିଁ ସନ୍ଧାନ, ବନ୍ଦ ହେଲା ସର୍ଚ୍ଚ ଅପରେସନ୍‌

Published By : Prameya-News7 Bureau | December 25, 2019 IST

ନିଶ୍ଚିନ୍ତକୋଇଲି ୨୪।୧୨: ଲୁଣା ନଦୀ ଭିତରକୁ କଲେଜ୍‌ ଛାତ୍ରୀ ଡେଇଁବା ଘଟଣା । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍‌ ପରେ ଏହାକୁ ବନ୍ଦ କରାଯାଇଛି ।

{"id":202292,"sizeSlug":"large"}

ଅଗ୍ନିଶମ ବାହିନୀର ୫ ଜଣ ସଦସ୍ୟ ପାଣିରେ ବୁଡିବା ସହ ନଦୀ ମଧ୍ୟରେ ବୋଟ୍‌ରେ ସର୍ଚ୍ଚ ଅପରେସନ୍‌ କରିଥିଲେ । ହେଲେ ପାଣିକୁ ଡେଇଁଥିବା କଲେଜ୍‌ଛାତ୍ରୀଙ୍କର କୌଣସି ସନ୍ଧାନ ମିଳି ନଥିଲା ।

{"id":202293,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବଲ୍ଲଭ ଦେବୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରୋଲାନି ମହାନ୍ତି । ତାଙ୍କ ଘର ନେମାଳ ଥାନା ବନ୍ଦକାଟିଆ ଅଂଚଳରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.