Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜାମ୍ମୁ କାଶ୍ମୀରରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ: ଜଣେ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜୋରଦାର

25/06/2021 at 2:56 PM

ଶ୍ରୀନଗର ୨୫/୬ : ଜାମ୍ମୁ କାଶ୍ମୀର ସୋପିଆର ହାଂଜିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ତେବେ ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । କୁହାଯାଉଛି କି, ଏଠାରେ ଆହୁରି ଆତଙ୍କବାଦୀମାନେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏନେଇ ସେନା ପକ୍ଷରୁ କମ୍ୱିଂକୁ ଜୋରଦାର କରାଯାଇଛି ।

ପୂର୍ବରୁ ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ ଭାରତୀୟ ଯବାନ । ସୋପିଆନ ଜିଲ୍ଲା ହାଂଜିପୋରାର କଚଡୁରାରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ କରିଥିଲେ । ଏଠାରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ଏହାପରେ ସେନା ପକ୍ଷରୁ ଯେତେବେଳେ ସର୍ଚ୍ଚିଂ ଚାଲିଥିଲା, ସେତେବେଳେ ଆତଙ୍କବାଦୀମାନେ ଆଗ ହମଲା ଆରମ୍ଭ କରିଥିଲେ ।

ତେବେ ଏହାର ପାଲଟା ଜବାବ ଦେଇଥିଲେ ଭାରତୀୟ ଯବାନ । କାଶ୍ମୀର ଘାଟି ସୋପିଆନ ସିରମଲରେ ୨ ଦିନ ପୂର୍ବେ ସୁରକ୍ଷା ବଳ ଜଣେ ଆତଙ୍କୀଙ୍କୁ ମାରି ଗଡାଇଥିଲେ ଭାରତୀୟ ସେନା । ଏହା ପୂର୍ବରୁ ସୋମବାର ମଧ୍ୟ ଜାମ୍ମୁ କାଶ୍ମୀରରେ ବଡ ଧରଣର ଏନକାଉଣ୍ଟର ହୋଇଥିଲା ।

   Related Posts