Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍ ନିୟମ ଉଲଂଘନ କରି ୧୧ ଦୋକାନ ସିଲ୍

19/08/2020 at 8:52 PM

ବ୍ରହ୍ମପୁର୧୯/୮: କୋଭିଡ୍ ନିୟମ ଉଲଂଘନ କରି ୧୧ ଦୋକାନ ସିଲ୍‌। କୋଭିଡ୍ ନିୟମ ସହ ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚସୂତ୍ରୀ ନିୟମ ଉଲଂଘନ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ଟି ଦୋକାନକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। କୁକୁଡାଖଣ୍ଡି ଏବଂ  ବ୍ରହ୍ମପୁର ସହରର ବଡବଜାର, ପୁରୁଣା ବ୍ରହ୍ମପୁର ଅଞ୍ଚଳର ୧୧ ଟି ଦୋକାନକୁ ସିଲ୍ କରିଥିବା ସୂଚନା । ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢ଼ି ଚାଲିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ସର୍ବାଧିକ ରହିଛି। ଜିଲ୍ଳାବାସୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ତଥାପି ଜିଲ୍ଲା ପ୍ରଶାସନ ଓ କୋଭିଡ୍ କଟକଣାକୁ ବେଖାତିର କରି ଚାଲିଛନ୍ତି ଜିଲ୍ଳାର କିଛି ଅମାନିଆ।

   Related Posts