Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଅସ୍ତରଙ୍ଗ ବ୍ଲକର ୪ଟି ଗାଁରେ ପଶିଲା ସମୁଦ୍ରପାଣି, ଲୋକେ ଆତଙ୍କିତ

30/10/2019 at 9:30 PM

ଅସ୍ତରଙ୍ଗ ୩୦।୧୦: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୪ଟି ଗ୍ରାମର ଚାଷ ଜମିରେ ସମୁଦ୍ରପାଣି ପଶିଯାଇଛି। ସମୁଦ୍ର ତଟବର୍ତ୍ତି ଏହି ଗାଁ ଗୁଡିକର ଧାନ ଜମି ତଳିଆ ଅଞ୍ଚଳର ହୋଇଥିବାରୁ ସମୁଦ୍ରରେ ସାମାନ୍ୟ ଜୁଆର ଉଠିଲେ ସାଲାଇନ ପାଣି ଧାନଜମିରେ ଚରିଯାଉଛି।

ବ୍ଲକର ତଣ୍ଡାଘର, ଚେନୁଅ, ଉଦୟଗିରି ଓ କଳାମକଣି ଗ୍ରାମରେ ଚାଷ ଜମିରେ ପାଣି  ପଶିଥିବା ଦେଖାଯାଇଛି। ଫଳରେ ଶହଶହ ଏକର ଧାନ ଜମି ସାଲାଇନ ପାଣିରେ ବୁଡି ଯାଇଛି। ଧାନ ଫସଲ ଏବେ ପାଚିବାକୁ ଯାଉଥିବା ବେଳେ ଏହି ସବୁ ଗ୍ରାମର ଚାଷୀଙ୍କ ଲାଗି ଜୁଆର ନୂଆ ବିପଦ ଡାକିଆଣିଛି।

ସମୁଦ୍ର ଜୁଆର ଯୋଗୁ ଗ୍ରାମବାସୀ ପ୍ରାୟତଃ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସମୁଦ୍ର ଜୁଆରରୁ ଉପକୂଳକୁ ରକ୍ଷା କରିବା ଲାଗି ବାରମ୍ବାର ଦାବି କରିଆସୁଥିଲେ ହେଁ ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏଣୁ ସମୁଦ୍ରରେ ଜୁଆର ଉଠିଲେ ଗ୍ରାମବାସୀଙ୍କ ନିଦ ହଜିଯାଉଛି। ପ୍ରଶାସନ  ପକ୍ଷରୁ ଯଦି ଏହି ଗାଁ ଗୁଡିକକୁ ସମୁଦ୍ର ଯୁଆରରୁ ସୁରକ୍ଷା ଓ ସ୍ଥାୟିପ୍ରତିକାର କରାନଯାଏ ସମୟ ଆସିବ ଏହିସବୁ ଗାଁ ଗୁଡିକ ସମୁଦ୍ରରେ ଲୀନ ହୋଇନଯିବେ ତାହା କହି ହେବନାହିଁ।

   Related Posts