ପୁରୀ ବେଳାଭୂମି ଅବକ୍ଷୟ ରୋକିବା ପାଇଁ ନିର୍ମାଣ ହେବ ସି ଓ୍ୱାଲ୍
5/09/2018 at 6:47 PM

ପୁରୀ ୫/୯ : ପୁରୀ ବେଳାଭୂମି ଅବକ୍ଷୟ ରୋକିବା ପାଇଁ ସମନ୍ନିତ ଉପକୂଳ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ନିର୍ମାଣ ହେବ ସି ଓ୍ୱାଲ୍। ପ୍ରାୟ ୧୪ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିଛନ୍ତି ଚେନ୍ନାଇରେ ଥିବା ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ୍ ରିସର୍ଚର ବୈଜ୍ଞାନିକ। ଆଜି ଏହି ଟିମ୍ ବେଳାଭୂମି ଓ ମଙ୍ଗଳା ନଦୀ ମୁହାଣ ପରିଦର୍ଶନ କରିବା ସହ ଏହି ଯୋଜନାର ରୁପରେଖ ସଂପର୍କରେ ଆଲୋଚନା କରିଛନ୍ତି।
ପୁରୀ ବେଳାଭୂମି ଅବକ୍ଷୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୦୦୬ ଓ ୨୦୧୬ ପରେ ଚଳିତ ବର୍ଷ ସୁମଦ୍ର ପୁଣି ଥରେ କୂଳ ଖାଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରାୟ ୧୪ କୋଟି ଟଙ୍କାର ଏକ ପ୍ରକଳ୍ପ ହାତକୁ ନେଇଛି ସମନ୍ନିତ ଉପକୂଳ ପରିଚାଳନା କର୍ତ୍ତୁପକ୍ଷ। ଏହି ପ୍ରକଳ୍ପ ମାଧ୍ୟମରେ ଅବକ୍ଷୟ ହେଉଥିବା ଅଞ୍ଚଳରେ ନିର୍ମାଣ ହେବ ସି’ ଓ୍ୱାଲ୍। ଏ ସଂପର୍କରେ ଟିକିନିଖି ଅନୁଧ୍ୟାନ ପାଇଁ ଚେନ୍ନାଇର ନ୍ୟାସନାଲ୍ ସେଣ୍ଟର ଫର କୋଷ୍ଟାଲ୍ ରିସର୍ଚ ଓ ସମନ୍ନିତ ଉପକୂଳ ପରିଚାଳନା ପ୍ରକଳ୍ପର ୫ ଜଣିଆ ଟିମ୍ ଆଜି ଅବକ୍ଷୟ ହେଉଥିବା ଅଞ୍ଚଳ ଓ ମଙ୍ଗଳା ମୁହାଣ ପରିଦର୍ଶନ କରିଛନ୍ତି। ତୁରନ୍ତ ମାପଚୁପ କରାଯାଇ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡ଼ିଛି।