ସିସୋର ଚିଟଫଣ୍ଡ୍ ଠକେଇ ମାମଲା, ଏକକାଳୀନ ୮ଟି ସ୍ଥାନରେ ସିବିଆଇ ରେଡ୍

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର, ୧୮|୦୯ :  ସିବିଆଇ ପୁଣି ଫେରିଛି । ଦୀର୍ଘଦିନର ନୀରବତା ପରେ ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଆଜି ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ କରିଛି । ସି-ସୋର ଚିଟଫଣ୍ଡ ଠକେଇ ଲିଙ୍କରେ ସିବିଆଇର ୭ ଜଣିଆ ଟିମ  ଦେବୀ ମିଶ୍ରଙ୍କ ସରକାରୀ ବାସଭବନ, ତାଙ୍କ ଭାଇ ଓ ଶଶୂର ଘର ସମେତ ବିଭିନ୍ନ ସ୍ଥାନରେ ଛାପା ମାରିଥିଲା । ଏବେ ପୁଣି ଆଉ ୮ଟି ସ୍ଥାନରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି ।

ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ଚାଲିଛି । ସେହିପରି ପୂର୍ବତନ ପର୍ଯ୍ୟଟକ ନିର୍ଦ୍ଦେଶକ ରବିନାରାୟଣ ନନ୍ଦ, ସ୍ୱାଗତିକା ଇନଫ୍ରା ଏମଡି ପ୍ରଶାନ୍ତ ପଟ୍ଟନାୟକଙ୍କ ଗରେ ମଧ୍ୟ ରେଡ୍ ହୋଇଛି ।

ଏତତ୍ ବ୍ୟତୀତ, ଆଭେନ୍ୟୁ ଆସୋସିଏଟ୍ ଏମଡି ବିଷ୍ଣୁ ମିଶ୍ରଙ୍କ ଘରେ ମଧ୍ୟ ରେଡ୍ କରିଛି ସିବିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.